ଖଣ୍ଡେ ଅଦା ର କରାମତି। ଏହିସବୁ ରୋଗକୁ ଖୁବ୍ ଶୀଘ୍ର ଦୁର କରେ ।

ଅଦା ଏକ ଗୁଳ୍ମ ଜାତୀୟ ଉଦ୍ଭିଦ। ଆୟୁର୍ବେଦରେ ଅଦାକୁ ମହୌଷଧି ବୋଲି କୁହାଯାଇଛି । ଅଦାକୁ ଶୁଖିଲା, ପାଉଡର, ତେଲ ଓ ରସ ଭାବରେ ବ୍ୟବହାର କରାଯାଇଥାଏ । ଅଦା ଭିଟାମିନ୍‌ ଏ, ବି, ସି ଓ ଇର ଉତ୍ତମ ଉତ୍ସ। ଏହାଛଡ଼ା କ୍ୟାଲସିୟମ୍‌, ଆଇରନ୍‌, ମ୍ୟାଗେନସିୟମ୍‌, ଫସ୍‌ଫରସ୍‌, ପୋଟାସିୟମ୍‌, ସୋଡିୟମ୍‌ ଓ ଜିଙ୍କ୍‌ ଭଳି ଖଣିଜ ପଦାର୍ଥ ଭରି ରହିଛି।

୧୦ ଗ୍ରାମ ଅଦାକୁ ଘିଅରେ ଭାଜି ଖାଇଲେ କାଶ, ଶ୍ୱାସ, କଫ ଆଦି ରୋଗରୁ ମୁକ୍ତି ମିଳିଥାଏ ।

୫ ଗ୍ରାମ ଅଦାରସ ଓ ୫ ଗ୍ରାମ ମହୁ ଏକତ୍ର ମିଶାଇ ପ୍ରତିଦିନ ସକାଳୁ ଖାଇଲେ ରକ୍ତ‌ହୀନତା ରୋଗରୁ ମୁକ୍ତି ମିଳିଥାଏ ।
ପିଲାଙ୍କ କୃମି ରୋଗରୁ ବର୍ତ୍ତିବା ପାଇଁ ଅଦାରସ ୧ ଚାମଚ ଲେଖାଏଁ ଦିନ‌କୁ ୨ ଥର ପିଇବା ଆବଶ୍ୟକ ।

ଅତ୍ୟଧିକ କାଶ ହେଲେ ଖଣ୍ଡେ ଅଦା ପାଟିରେ ରଖିଲେ ଉପଶମ ମିଳିଥାଏ । ଗଳାରେ କଫ ଜମିଥିଲେ କିମ୍ବା ଗଳା ଦରଜ ହେଲେ ଅଦା ଓ ପୋଦିନା ପତ୍ର ରସକୁ ଏକତ୍ର ମିଶାଇ ଚାଟିଲେ ଉପକାର ମିଳିଥାଏ ।

ଥଣ୍ଡା ହୋଇଥିଲେ ଅଦା, ତୁଳସୀ ପତ୍ରକୁ ଚା’ କରି ପିଇଲେ ଉପଶମ ମିଳିଥାଏ ।ଛାତିରେ କଫ ଜମିଲେ କିମ୍ବା ଗଳା ଦରଜ ହେଲେ ୧୦ ଗ୍ରାମ ଅଦାରସ, ୫ ଗ୍ରାମ ମ‌ହୁ ଓ ୫ ଗ୍ରାମ ହଳଦୀ ମିଶାଇ ଚାଟିଲେ ଲାଭ ମିଳିଥାଏ ।ଗଳା ଦରଜରେ ଅଦାରସ ଓ ଲୁଣକୁ ଉଷୁମ ପାଣିରେ କୁଳି କଲେ ଉପକାର ମିଳିଥାଏ ।