ଆଜି ପୁଣି କମିଲା ସୁନା ଦାମ୍
କିଛି ଦିନ ପୂର୍ବରୁ ସୁନା ଦର ଅଚାନକ ଲକ୍ଷେ ଟଙ୍କାରେ ପହଞ୍ଚିଥିଲା । ତାପରେ ଧିରେ ଧିରେ ସୁନା ଦର ଖିସିବାରେ ଲାଗିଛି । ତେବେ ଆସନ୍ତୁ ଜାଣିବା, ସୁନା ଦର କେଉଁଠି କେତେ?ଏପ୍ରିଲ ୨୮ ଅର୍ଥାତ୍ ସୋମବାର ୨୪ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୯୭,୫୩୦ ଟଙ୍କା ରହିଛି । ଗତକାଲି ଏହା ୯୮,୨୧୦ ଟଙ୍କା ଥିଲା । ଏଥିରେ ୬୮୦ ଟଙ୍କା ହ୍ରାସ ହୋଇଛି ।
୨୨ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍ ପ୍ରତି ୮୯,୪୦୦ ଟଙ୍କା ରହିଛି । ଗତକାଲି ଏହା ୯୦,୦୨୦ ଟଙ୍କା ଥିଲା । ଏଥିରେ ୬୨୦ ଟଙ୍କା ହ୍ରାସ ହୋଇଛି ।୧୮ କ୍ୟାରେଟ୍ ସୁନା ଦାମ୍ ୧୦ ଗ୍ରାମ୍କୁ ୭୩,୧୫୦ ଟଙ୍କା ରହିଛି । ଗତକାଲି ଏହା ୭୩,୬୬୦ ଟଙ୍କା ଥିଲା । ଏଥିରେ ୫୧୦ ଟଙ୍କା ହ୍ରାସ ହୋଇଛି ।ସେହିପରି ରୁପା ଦାମ୍ ମଧ୍ୟ କମ୍ ହୋଇଛି । ୧୦୦ ଗ୍ରାମ୍ ରୁପା ଦାମ୍ ୧୧,୧୦୦ ରହିଛି । ସବୁବେଳେ ସୁନାର ଦାମ୍ ବୃଦ୍ଧି ଓ ହ୍ରାସ ପାଇଥାଏ । ନିୟମିତ ସୁନାର ଦାମ୍ ଚେକ୍ କରନ୍ତୁ ଯାହାଦ୍ୱାରା ଆପଣ ସୁନାର ଦାମ୍ ହ୍ରାସ ବେଳେ ଗହଣା କିଣିପାରିବେ।
