ଅକ୍ଷୟ ତୃତୀୟାରେ ଖସିଲା ସୁନା ଦର

ଆଜି ପବିତ୍ର ଅକ୍ଷୟ ତୃତୀୟା ପର୍ବ। ଏହି ଦିନ ଅଧିକାଂଶ ଲୋକେ ସୁନା ଓ ରୁପା ଅଳଙ୍କାର କିଣିବାକୁ ଇଚ୍ଛା କରନ୍ତି । ତେବେ ଗତ କିଛି ଦିନ ଧରି ସୁନା ଦାମ୍‌ ହୁ ହୁ ହୋଇ ବୃଦ୍ଧି ପାଇ ଲକ୍ଷେ ଟଙ୍କା ଅତିକ୍ରମ କରିଥିବା ଏବେ ଗ୍ରାହକଙ୍କ ପାଇଁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ପ୍ରତି ସୁନା ଦୋକାନରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଅଫର ଲାଗିଛି । ଅକ୍ଷୟ ତୃତୀୟାରେ ସୁନା କିଣିବାର ମହତ୍ତ୍ଵ ହିନ୍ଦୁ ସଂସ୍କୃତି ଓ ପରମ୍ପରାରେ କାହିଁ କେବେଠୁ ରହିଆସିଛି । ଅକ୍ଷୟ ତୃତୀୟାକୁ “ଅକ୍ଷୟ” ବା ଅବିନାଶୀ ଦିବସ ଭାବେ ଗଣନା କରାଯାଏ । ଏହି ଦିନ କିଣା ସୁନା ଦୀର୍ଘକାଳୀନ ସମୃଦ୍ଧି ଆଣିଥାଏ ବୋଲି କୁହାଯାଏ । ଏହି ଦିନ ଅତ୍ୟନ୍ତ ଶୁଭ ବୋଲି ଶାସ୍ତ୍ରରୁ ରହିଆସିଛି । ତେବେ ଆଜିର ଦିନରେ ସୁନା ଦୋକାନରେ ପ୍ରବଳ ଭିଡ଼ ମଧ୍ୟ ପରିଲକ୍ଷିତ ହୁଏ । ସୁନା ଦର କମିବା ଏବେ ଗ୍ରାହକଙ୍କୁ ସୁହାଇବ ।

ଆଜି ୨୪ କ୍ୟାରେଟ ସୁନା ୧୦ ଗ୍ରାମକୁ ରହିଛି ୯୭.୯୧୦ ଟଙ୍କା । ସେହିପରି ୨୨ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୮୯, ୭୫୦ ଟଙ୍କା ରହିଛି । ଏବଂ ୧୮ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ରହିଛି ୭୩, ୪୪୦ ଟଙ୍କା ।ସେହିପରି ରୁପା ଦାମ୍‌ ମଧ୍ୟ କମ୍‌ ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୦,୦୦୦ ରହିଛି । ଗତକାଲି ଏହା ୧୧,୧୦୦ ରହିଛି । ଏଥିରେ ୧,୧୦୦ ଥିଲା ।

You might also like