ସୁନା ବଜାରରେ ନିଆଁ -ସୁନାର ମୂଲ୍ୟ ୯୬ ହଜାର ଟପିଲା
ସୁନା କିଣିବା ଏବେ ସ୍ୱପ୍ନ ପାଲଟିଗଲାଣି। ସୁନା କିଣିବା ତ ଦୂରର କଥା ସୁନା କିଣିବା କଥା ଭାବିବା ବେଳକୁ ଡର ଲାଗୁଛି।ଆମେରିକା-ଚୀନ ମଧ୍ୟରେ ବଢୁଥିବା ବାଣିଜ୍ୟ ଯୁଦ୍ଧ ଏବଂ ମାନ୍ଦାବସ୍ଥା ଆଶଙ୍କା ମଧ୍ୟରେ ଏ ବର୍ଷ ସୁନା ଦର ନୂଆ ରେକର୍ଡ କରିପାରେ । ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ୯୬, ୧୭୦ ଟଙ୍କା ରହିଛି । ସେହିପରି ୨୨ କ୍ୟାରେଟ ସୁନା ଦର ୮୮ ହଜାର ୧୫୦ଟଙ୍କା ଛୁଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୯୬ ହଜାର ୧୭୦ ଟଙ୍କା ରହିଥିବା ବେଳେ ୨୨ କ୍ୟାରେଟ୍ ସୁନାର ମୂଲ୍ୟ ୮୮ ହଜାର ୧୫୦ ଟଙ୍କାକୁ ପହଞ୍ଚିଛି । ଗତ ଦୁଇ ଦିନ ତଳେ ସୁନା ଦର ପାଖାପାଖି ୫୦୦ ଟଙ୍କା କମିଥିଲା। ଯାହାକି ସୁନା ପ୍ରେମୀଙ୍କୁ ଟିକେ ଆଶ୍ୱସ୍ତ କରିଥିଲା। ହେଲେ ହଠାତ୍ ଆଜି ସୁନା ଦର ବଢିବା ଏବଂ ଏକାଥରେ ୯୬ ହଜାର ପାର କରିବା ପ୍ରାୟ ଲୋକଙ୍କୁ ଝଟକା ଦେଇଛି।
