ସବୁ ରେକର୍ଡ ଭାଙ୍ଗିଲା ସୁନା ମୂଲ୍ୟ,୨୪ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୯୭,୫୪୫ । 

ଓଡ଼ିଶାରେ ସୁନା ମୂଲ୍ୟ ଅଭୂତପୂର୍ବ ଉଚ୍ଚତାରେ ପହଞ୍ଚିଛି। ଆଜି ସୁନା ଦର ୯୭ ହଜାର ଟପିଛି । ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୯୭ ହଜାର ୫୪୫ ହୋଇ ସାରିଲାଣି । ସେହିପରି ୨୨ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମକୁ ୮୯ ହଜାର ଟପିଛି । ଆମେରିକା- ଚୀନ ବାଣିଜ୍ୟିକ ଲଢେଇ ପାଇଁ ବିଶ୍ବ ଅର୍ଥନୀତିରେ ଅନିଶ୍ଚିତତା ଦେଖିବାକୁ ମିଳିଛି । ଏହାର ପ୍ରଭାବରେ ସୁନାର ଦର ଲଗାତାର ବଢ଼ି ଚାଲିଛି ।ଗତ କିଛି ଦିନ ମଧ୍ୟରେ, ସୁନା ବଜାରରେ ପ୍ରତି ୧୦ ଗ୍ରାମ ପାଇଁ ୫୦୦ ଟଙ୍କା ହ୍ରାସ ପାଇଛି। ତଥାପି, ଶିଳ୍ପ ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି ଯେ ବର୍ତ୍ତମାନର ବୃଦ୍ଧି ସୂଚାଇ ଦେଉଛି ଯେ ମୂଲ୍ୟ ଖୁବ୍ ଶୀଘ୍ର ୧ ଲକ୍ଷ ଟଙ୍କା ଅତିକ୍ରମ କରିପାରେ।ଇଣ୍ଡିଆ ବୁଲିୟନ୍ ଏବଂ ଜ୍ୱେଲର୍ସ ସଂଘ (India Bullion And Jewellers Association) ଅନୁସାରେ ୨୪ କ୍ୟାରେଟ୍ ଶୁଦ୍ଧ ସୁନାର ଦାମ ୧୦ ଗ୍ରାମ ପ୍ରତି ୯୭ହଜାର ୩୧୦ ଟଙ୍କା ରହିଛି । ସେହିଭଳି ୨୨ କ୍ୟାରେଟ ସୁନାର ଦାମ ୧୦ ଗ୍ରାମ ପ୍ରତି ୮୯ ହଜାର ୨୦୦ ଟଙ୍କା ରହିଛି । ଆମେରିକା-ଚୀନ ଶୁଳ୍କ ଯୁଦ୍ଧର ପ୍ରଭାବରେ ସୁନା ସହିତ ରୁପାର ଦାମ ବି ଲଗାତାର ବଢ଼ିବାରେ ଲାଗିଛି । ଆଜି(ଗୁରୁବାର) ରୁପାର ମୂଲ୍ୟ କେଜି ପିଛା ୧ ଲକ୍ଷ ୧୦ ହଜାର ୧୦୦ ଟଙ୍କାରେ ପହଞ୍ଚିଛି ।

You might also like