ଏବେ ୯୦ହଜାର ଆଡକୁ ମୁହାଁଇଲାଣି ସୁନା ଦର ।
ସର୍ବକାଳୀନ ରେକର୍ଡ ଭାଙ୍ଗୁଛି ସୁନା ଦର । ସେ ଦିଲ୍ଲୀ ହେଉକି ଭୁବନେଶ୍ବର ସବୁଠି ସୁନା ଦରରେ ନିଆଁ । ଗ୍ରାହକଙ୍କ ଚାହିଦା ଯେତେ ବଢୁଛି, ସେତେ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଗତକାଲି ଭୁବନେଶ୍ବରରେ ପ୍ରମୁଖ ସୁନା ଦୋକାନ ଗୁଡିକରେ ସୁନା ଦର ୮୮ ହଜାର ଥିବା ବେଳେ ଆଜି ଏହା ୫୫୦ରୁ ୬୦୦ ଟଙ୍କା ଭଳି ବୃଦ୍ଧି ଘଟିଛି । ସେପଟେ ସୁନା ଦର ଯେତେ ବଢୁଛି, ଲୋକଙ୍କ ଆବଶ୍ୟକତା ମଧ୍ୟ ସେତେ ବଢୁଛି । ତେଣୁ ବାଧ୍ୟ ହୋଇ ଏହି ଚଢା ଦରରେ ସୁନା କିଣୁଛନ୍ତି ଗ୍ରାହକ । କେବଳ ଗତ ୧୦ ତାରିଖରେ ଟିକିଏ କମିଥିଲା ସୁନା ଦର । ଏହା ପରଠୁ ଲଗାତାର ୩ ଦିନ ହେଲାଣି ବଢି ଚାଲିଛି ଦର । ଚଳିତ ମାସର ବିଗତ ୧୩ ଦିନ ମଧ୍ୟରେ ସୁନା ଦରରେ ପାଖାପାଖି ୨.୨୭ ପ୍ରତିଶତ ବୃଦ୍ଧି ଘଟିଛି । ଦରରେ ଏଭଳି ବୃଦ୍ଧି ଜାରି ରହିଲେ ସୁନା ଦର ଶୀଘ୍ର ୧ ଲକ୍ଷ ଟଙ୍କା ଛୁଇଁବା ସମ୍ଭାବନା ରହିଛି।
