କୃଷକଙ୍କ ପାଇଁ ଖୁସି ଖବର, କାଲି ଆସିବ ସିଏମ କିଷାନ ଟଙ୍କା।
ଆସନ୍ତାକାଲି ଅକ୍ଷୟ ତୃତୀୟାରେ ଟଙ୍କା ଆସିବା ନେଇ ଚାଷୀଙ୍କ ମୁହଁରେ ଖୁସି ଖେଳିଯାଇଛି । ରାଜ୍ୟର ପ୍ରାୟ ୫୪ ଲକ୍ଷ ଚାଷୀଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏଁ ପଠାଇବେ ସରକାର। ସିଏମ କିସନ୍ ଯୋଜନାରେ ବର୍ଷକୁ ୨ ଟି କିସ୍ତିରେ ଚାଷୀଙ୍କୁ ମିଳୁଛି ୪ ହଜାର।ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ୪ ହଜାର ଦେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। ସେହିପରି ପିଏମ କିସନ ଯୋଜନାରେ ବର୍ଷକୁ ୩ ଟି କିସ୍ତିରେ ମିଳୁଛି ୬ ହଜାର ଟଙ୍କା।ଏହି ଯୋଜନାରେ ସମସ୍ତ ଚାଷୀ ତଥା ଭୂମିହୀନ, ପିଏମ କିସାନ ଯୋଜନରେ ଅନ୍ତର୍ଭୁକ୍ତ ଚାଷୀ ମଧ୍ୟ ଆର୍ଥିକ ସହାୟତା ପାଇପାରିବେ। ଚାଷୀମାନେ ନୂଆ ଭାବେ ସିଏମ କିସାନ ଯୋଜନାରେ ସାମିଲ ହେବା ପାଇଁ ପୋର୍ଟାଲରେ ମଧ୍ୟ ଆବେଦନ କରିପାରିବେ।
