Google କୁ ପୁରିଲା ୨୭ ବର୍ଷ, ଜନ୍ମଦିନ ପାଳୁଛି ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍
ଆଜି Google ର ଜନ୍ମଦିନ । Google କୁ ପୁରିଲା ୨୭ ବର୍ଷ । ୨୭ ସେପ୍ଟେମ୍ବର, ୨୦୨୫ ରେ, ବିଶ୍ୱର ସର୍ବବୃହତ ସର୍ଚ୍ଚ ଇଞ୍ଜିନ୍ ଏକ ରଙ୍ଗୀନ ଗୁଗୁଲ୍ ଡୁଡଲ୍ ସହିତ ଏହାର ଜନ୍ମଦିନ ପାଳନ କରିଛି । ଏକ ଛୋଟ ଗ୍ୟାରେଜ୍ରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ ଏବେ ଦୁନିଆର ସବୁଠୁ ବଡ଼ ସର୍ଚ୍ଚ ଇଞ୍ଜିନ୍ ପାଲଟିଛି। ଆଜି ଗୁଗଲ ୨୭ ବର୍ଷରେ ପାଦ ଥାପିଛି।କାଲିଫର୍ଣ୍ଣିଆର ଏକ ଛୋଟ ଜାଗାରୁ ଆରମ୍ଭ ହୋଇଥିବା ଏହି କମ୍ପାନୀ କିଭଳି ଆଜି ଟେକ୍ନୋଲୋଜିର ସବୁଠୁ ଶକ୍ତିଶାଳୀ ଟୁଲ୍ ହୋଇପାରିଛି ତାହା ଏହି ଖାସ୍ ଡୁଡଲ୍ରେ ପ୍ରଦର୍ଶନ କରାଯାଇଛି। ଯଦିଓ ଗୁଗୁଲ୍ ଆନୁଷ୍ଠାନିକ ଭାବରେ ୪ ସେପ୍ଟେମ୍ବର, ୧୯୯୮ ରେ ପ୍ରତିଷ୍ଠିତ ହୋଇଥିଲା, କମ୍ପାନୀ ୨୭ ସେପ୍ଟେମ୍ବର ରେ ତାର ଜନ୍ମଦିନ ପାଳନ କରିବା ଆରମ୍ଭ କରିଥିଲା କାରଣ ସେହି ଦିନ ଗୁଗୁଲ୍ ତାର ସର୍ଚ୍ଚ ଇଞ୍ଜିନ୍ ଦ୍ୱାରା ସୂଚୀବଦ୍ଧ ପୃଷ୍ଠା ସଂଖ୍ୟା ପାଇଁ ଏକ ରେକର୍ଡ ସ୍ଥାପନ କରିଥିଲା। ସବୁ ଖାସ୍ ଦିନମାନଙ୍କରେ ଗୁଗଲ ତାହାର ସ୍ଵତନ୍ତ୍ର ଡୁଡଲ ତିଆରି କରେ। ଏଥର ୨୭ତମ ଜନ୍ମଦିନ ଅବସରରେ ଗୁଗଲ ଏକ ସ୍ଵତନ୍ତ୍ର ଡୁଡଲ ତିଆରି କରିଛି। ଏଥିରେ ଗୁଗଲର ପ୍ରଥମ ଲୋଗୋ ରହିଛି। ଯାହାକି ୯୦ ଦଶକର ସ୍ମୃତିକୁ ତାଜା କରୁଛି। ଗୁଗଲର ୨୭ତମ ଜନ୍ମଦିନରେ ଆସନ୍ତାକାଲିର ଝଲକ ଦେଖିବାକୁ ମିଳୁଛି। ଆଗାମୀ ଦିନରେ ଏହା ଏଆଇ ଇଣ୍ଟେଲିଜେନ୍ସ, ସ୍ମାର୍ଟ ଡିଭାଇସ୍, ଓ ନୂଆ ଟେକ୍ନୋଲୋଜି ସହ ଏକ ବଡ଼ ପରିବର୍ତ୍ତନ ଆଣିବ।
