ଟିଭିର ଗୋପୀ ବୋହୂ ତଥା ଦେବୋଲିନା ଭଟ୍ଟାଚାର୍ଜ ମା’ ହୋଇଛନ୍ତି।

ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ। ତାଙ୍କ ଘରେ ଏବେ ଖୁସିର ମାହୋଲ । ବର୍ତ୍ତମାନ ସେ ଜଣେ ମାଆ ହୋଇଛନ୍ତି । ନିକଟରେ ଅଭିନେତ୍ରୀ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଏହି ଖୁସି ଖବରକୁ ସେ ତାଙ୍କ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।ସେପଟେ ଦେବୋଲିନା ମା’ ହେବା ଖବର ଶୁଣିବା ପରେ ଟିଭି ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ପାରସ୍ ଛାବ୍ରା ଓ ଆରତୀ ସିଂ କମେଣ୍ଟ କରି ଲେଖିଛନ୍ତି, ‘ଅଭିନନ୍ଦନ’ ।

ଚଳିତ ବର୍ଷ ଅଗଷ୍ଟ ୧୫ରେ ଦେବୋଲିନା ସ୍ୱାମୀ ଶାହନୱାଜ ଶେଖଙ୍କ ସହ ନିଜର କିଛି ଫଟୋ ସେୟାର କରି ପ୍ରେଗନାନ୍ସି ବିଷୟରେ ଘୋଷଣା କରିଥିଲେ । ସେ ନିଜର ପ୍ରେଗନାନ୍ସି ଫେଜକୁ ବହୁତ ଏଞ୍ଜୟ କରିଥିଲେ । ତାଙ୍କର ବେବି ସାୱାରର ଫଟୋଗୁଡ଼ିକ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତ୍ରୀ ବିବାହର ୨ ବର୍ଷ ପରେ ମା’ ହୋଇଛନ୍ତି ।

You might also like