କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ସର୍ବାଧିକ ୧୩ କୋଟି ଟଙ୍କା ପ୍ରଦାନ ।
ଓମଫେଡ୍ ଦୁଗ୍ଧଚାଷୀଙ୍କୁ ସରକାରଙ୍କ ତରଫରୁ ପ୍ରୋତ୍ସାହନ ରାଶି ଦିଆଗଲା । ଦୁଗ୍ଧଚାଷୀଙ୍କୁ ୩୧.୧୦ କୋଟି ଟଙ୍କା ପ୍ରଦାନ କରାଯାଇଛି ।ସେପ୍ଟେମ୍ବର ୨୦୨୪ରୁ ଫେବ୍ରୁଆରି ୨୦୨୫ ମଧ୍ୟରେ ଯେଉଁ ଚାଷୀ ଯେଉଁ ପରିମାଣର ଦୁଗ୍ଧ ଓମଫେଡକୁ ଦେଇଛନ୍ତି, ସେମାନଙ୍କ ବ୍ୟାଙ୍କ ଖାତାକୁ ସେହି ଅନୁପାତରେ ଏହି ପ୍ରୋତ୍ସାହନ ରାଶି ଯାଇଛି। କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତି ସର୍ବାଧିକ ୧୩ କୋଟି ଟଙ୍କା ପ୍ରଦାନ ।ସଂପ୍ରତ୍ତି ରାଜ୍ୟରେ ମୋଟ ୧୧ଟି ଜିଲ୍ଲା ଦୁଗ୍ଧ ସମବାୟ ସମିତି ରହିଛି। ଏହି ୧୧ଟି ଜିଲ୍ଲା ଦୁଗ୍ଧ ସମୟବାୟ ସମିତି ମଧ୍ୟରୁ ସର୍ବାଧିକ ୩୩ ହଜାର ଚାଷୀ କଟକ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ରହିଛନ୍ତି। କଟକ ପଛକୁ ରହିଛି ବାଲେଶ୍ୱର। ଏହି ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ ୧୮ ହାଜର ଚାଷୀ ରହିଛନ୍ତି। ସର୍ବନିମ୍ନ ଅର୍ଥାତ୍ ୫୩୧ ଜଣ ଚାଷୀ ରହିଛନ୍ତି ମୟୂରଭଂଜ ଜିଲ୍ଲା ଦୁଗ୍ଧ ସମବାୟ ସମିତିରେ।
