ବିମାନ ଦୁର୍ଘଟଣାରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀଙ୍କ ମୃତ୍ୟୁ
ଗୁଜରାଟର ଅହମ୍ମଦାବାଦରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ୨୪୨ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାତ୍ରୀଙ୍କ ମଧ୍ୟରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଥିଲେ ବୋଲି ସାମ୍ନାକୁ ଆସିଛି। ଫଳରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ମୃତ୍ୟୁ ହୋଇଥିବା ନେଇ ମଧ୍ୟ ସ୍ପଷ୍ଟ ହୋଇଛି ।ରୁପାନୀ ଏୟାରଇଣ୍ଡିଆର ଉକ୍ତ ବିମାନରେ ଲଣ୍ଡନ ଯାତ୍ରା କରୁଥିଲେ। ସେ ତାଙ୍କ ପରିବାର ସଦସ୍ୟଙ୍କୁ ଭେଟିବା ଲାଗି ଲଣ୍ଡନ ଯାଉଥିଲେ। ତେବେ ବିଜୟ ରୂପାଣୀ ଅଗଷ୍ଟ ୨୦୧୬ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ। ସେ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ପ୍ରଦାନ କରିଥିଲେ। ବିଜୟଭାଇ ରମନିକଲାଲଭାଇ ବିଜୟ ରୂପାଣୀଙ୍କ ଜନ୍ମ ୨ ଅଗଷ୍ଟ ୧୯୫୬ରେ ମ୍ୟାଁମାରର ୟେଙ୍ଗୁନ ସହରରେ ହୋଇଥିଲା। ତାଙ୍କ ବାଲ୍ୟକାଳରେ ପରିବାର ଗୁଜରାଟର ରାଜକୋଟକୁ ଚାଲି ଆସିଥିଲେ। ଛାତ୍ର ଜୀବନରୁ ସେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ଓ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସହ ସମ୍ପୃକ୍ତ ଥିଲେ ଓ ୧୯୭୧ ମସିହାରେ ଭାରତୀୟ ଜନସଂଘରେ ଯୋଗ ଦେଇଥିଲେ।
