ହଳଦୀ ରେ ସାପ ବିଷ ଓ କୃମି ଇତ୍ୟାଦି ଭଳି ମାରାତ୍ମକ ରୋଗ ସଙ୍ଗେ ସଙ୍ଗେ ଠିକ୍ କରେ।

ହଲଦୀରେ ଅନେକ ପ୍ରକାରର ଔଷଧିୟ ଗୁଣ ରହିଛି। ଆୟୁର୍ବେଦିକ ଚିକିତ୍ସାରେ ହଳଦୀର ବିଶେଷ ମହତ୍ତ୍ଵ ରହିଛି।
ପ୍ରତିଦିନ କିଛି କିଛି କଞ୍ଚା ହଳଦୀ ରସ ପାନ କଲେ ଦେହର କାନ୍ତି ବୃଦ୍ଧି ହୁଏ ଓ ଦେହରୁ ରୋଗ ଦୂର ହୁଏ।

ବଟା ହଳଦୀ ଦେହରେ ଲଗାଇଲେ କୌଣସି ଚର୍ମରୋଗ ହୁଏ ନାହିଁ ଓ ରାତିରେ ଶୋଇବା ଆଗରୁ ଲଗାଇ ଶୋଇଲେ ଭଲ ନିଦ ହୁଏ ।
ଶୀତପିତ୍ତ, ପିତ୍ତଜ ରୋଗ ଓ ଆମବାତରେ କଞ୍ଚା ହଳଦୀ ରସ ଗୁଡ଼ ସହିତ ସେବନ କଲେ ଲାଭ ମିଳେ ।

ଯାବତୀୟ ଚର୍ମରୋଗ ଯଥା, ବ୍ରଣ, ବଥ, ବାଗୀ, ଭଗନ୍ଦର, ମଚଳା ଆଦିରେ ହଳଦୀଗୁଣ୍ଡକୁ ଅଥବା କଞ୍ଚା ହଳଦୀ ରସକୁ ଗୋମୂତ୍ରସହିତ ସେବନ କରାଯାଏ। ବଟା ହଳଦୀ ସହିତ ନିମ୍ବପତ୍ର ବାଟି ଦେହରେ ମାରିଲେ ମଧ୍ୟ ଅନେକ ପ୍ରକାରର ଚର୍ମରୋଗ ଓ କୃମିରେ ଉପକାର ମିଳେ । ଚର୍ମରୋଗରେ ମଧ୍ୟ ହଳଦୀ ଓ ଦୁବ ଏ ଦୁଇ ଦ୍ରବ୍ୟକୁ ବାଟି ଲଗାଯାଏ ।

ସାପ କାମୁଡ଼ିଲେ ବଟା ହଳଦୀ, ଗାଈ ଘିଅ , ମହୁ ଓ ଲୁଣ ମିଶାଇ ଖାଇଲେ ସାପ ବିଷ ନଷ୍ଟ ହୋଇଥାଏ।ଗରମ କ୍ଷୀର ସହ ହଳଦୀ ଗୁଣ୍ଡ ରାତିରେ ପିଇବା ଦ୍ୱାରା ଥଣ୍ଡା , ସର୍ଦ୍ଦି ଓ ଶରୀର ବ୍ୟଥା ଭଳି ସମସ୍ୟାରୁ ଉପଶମ ମିଳିଥାଏ।