ଆସନ୍ତା ୧୭ରେ ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନାୟବ ସିଂ ସୈନି

ହରିୟାନାରେ ସମସ୍ତ ଜନମତ ସର୍ବେକ୍ଷଣକୁ ଭୁଲ୍‌ ପ୍ରମାଣିତ କରି ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି । ହରିୟାନାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂହ ସୋନୀ ଶପଥ ଗ୍ରହଣ କରିବେ । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ଅନ୍ୟ ଭାଜପା ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଯୋଗଦେବେ। ସେମାନଙ୍କ ସହ ଦଳର ବରିଷ୍ଠ ନେତାମାନେ ମଧ୍ୟ ସମାରୋହରେ ଉପସ୍ଥିତ ରହିବେ। ଆସନ୍ତା ୧୭ରେ ଶପଥ ନେବେ ନାୟବ ସିଂ ସୈନି ହରିୟାଣାର ମୁଖ୍ୟମନ୍ତ୍ରୀ । ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ନାୟବ ସିଂ ସୈନି ଏବଂ ଦୁଇ ଜଣ ଉପମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ବରିଷ୍ଠତା ଆଧାରରେ ପୂର୍ବତନ ଗୃହ ସଚିବ ଅନିଲ ବିଜ ଓ ଜଣେ ବ୍ରାହ୍ମଣ ସମ୍ପ୍ରଦାୟର ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯାଇପାରେ। ହରିୟାଣା ବିଜେପି ଅଧ୍ୟକ୍ଷ ଏବଂ ନାୟବ ସିଂ ସୈନି ଆଜି ଦିଲ୍ଲୀ ଗସ୍ତ କରିଛନ୍ତି ।