ମାର୍ଚ୍ଚ ୭ ‘ସୁଭଦ୍ରା’ ଆବେଦନର ଶେଷ ତାରିଖ
ସୁଭଦ୍ରା ଯୋଜନାକୁ ନେଇ ଆସିଲା ବଡ଼ ଅପ୍ଡେଟ୍। ୨୦୨୫ ମାର୍ଚ୍ଚ ୭ ତାରିଖ ହେଉଛି ସୁଭଦ୍ରା ଆବେଦନର ଡେଡ୍ ଲାଇନ୍। ମାର୍ଚ୍ଚ ୭ ତାରିଖ ଯାଏଁ ହିତାଧିକାରୀମାନେ ପ୍ରଥମ କିସ୍ତି ପାଇଁ ଆବେଦନ କରିପାରିବେ। ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ମାର୍ଚ୍ଚ ୮ ମହିଳା ଦିବସରେ ୨ୟ କିସ୍ତି ‘ସୁଭଦ୍ରା’ ଟଙ୍କା ମିଳିବ । ତେଣୁ ମାର୍ଚ୍ଚ ୭ ପ୍ରଥମ କିସ୍ତି ଆବେଦନର ଶେଷ ତାରିଖ । ଏଯାଏଁ ୮୦ ଲକ୍ଷ ୪୬ ହଜାର ହିତାଧିକାରୀଙ୍କୁ ସୁଭଦ୍ରା ଟଙ୍କା ମିଳି ସାରିଲାଣି । ୧ କୋଟି ୪୬ ଲକ୍ଷ ଏଯାବତ ପଞ୍ଜିକରଣ କରି ସାରିଛନ୍ତି ।
ହିତାଧିକାରୀ ବ୍ୟସ୍ତ ହେବାର ଆବଶ୍ୟକତା ନାହିଁ। ପଞ୍ଜିକରଣ କରିଥିବା ସମସ୍ତ ଯୋଗ୍ୟ ହିତାଧିକାରୀ ଠିକ୍ ସମୟରେ ଟଙ୍କା ପାଇବେ। ସୁଭଦ୍ରା ଯୋଜନା ପାଇଁ ବ୍ୟାଙ୍କଗୁଡିକରେ ଭିଡ଼ କରନ୍ତୁ ନାହିଁ। ବ୍ୟସ୍ତ ନହୋଇ ପଞ୍ଜିକରଣ କରିବାକୁ ଅନୁରୋଧ ।ତେବେ ୨ ଲକ୍ଷ ୬୭ ହଜାର ଅଯୋଗ୍ୟଙ୍କ ଭିତରୁ ଯେଉଁମାନଙ୍କର ଭୁଲ୍ ହେଇଥିଲା, ସେମାନଙ୍କର ରିଭ୍ୟୁ ଚାଲିଛି । ୨୨ ପ୍ରତିଶତ କାମ ସମାଧାନ ହେଇସାରିଛି , ଏବେ କେବଳ ଭେରିଫିକେସନ୍ ପରେ ସେମାନେ ଟଙ୍କା ପାଇବେ ବୋଲି ପ୍ରଭାତୀ ପରିଡା ସୂଚନା ଦେଇଛନ୍ତି ।