ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ହିତାଧିକାରୀ
ଆବାସ ଯୋଜନାରେ ପଞ୍ଜିକରଣକୁ ନେଇ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ଦେଲେ ବଡ ସୂଚନା । ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆବାସ ଯୋଜନାରେ ପଞ୍ଜିକରଣ ଚାଲିବ ।ପ୍ରଧାନମନ୍ତ୍ରୀ ଆବାସ ଘର ପାଇଁ ଆବେଦନ କଲେଣି ସାଢେ ୧୨ ଲକ୍ଷ ଲୋକେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ ହେବା ଆରମ୍ଭ ହୋଇଥିବା ପଞ୍ଜୀକରଣ ସଂଖ୍ୟା ୧୨ଲକ୍ଷ୍ୟ ୫୦ହଜାର ପହଞ୍ଚିଲାଣି ।
ସବୁ ଲୋକଙ୍କ ପକ୍କା ଘର ସ୍ୱପ୍ନ ପୂରଣ କରାଯିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ପାଖାପାଖି ୬ ଲକ୍ଷ ଲୋକଙ୍କ ତାଲିକା ପ୍ରସ୍ତୁତ ହୋଇଛି । ତାହା ଛଡା ଯେଉଁମାନେ ରହିଯିବେ ସେମାନଙ୍କୁ ମଧ୍ୟ ଅନ୍ତର୍ଭୁକ୍ତ କରାଯିବ ବୋଲି ଗତ ୯ ତାରିଖରେ ମନ୍ତ୍ରୀ କହିଥିଲେ । ଆଜି ଗୃହରେ ଆବାସକୁ ନେଇ ଦେଇଥିବା ତଥ୍ୟ ଆସିବା ପରେ ଏବେ ସବୁ ଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳିବ ବୋଲି ଆଶା ରହିଛି ।
