ମମତାଙ୍କୁ ମୋହନଙ୍କ ଚିଠି: ଦୀଘା ମନ୍ଦିରରରେ ଧାମ ଶବ୍ଦର ବ୍ୟବହାର ନକରିବାକୁ ଅନୁରୋଧ

ଦୀଘାରେ ପଶ୍ଚିମବଙ୍ଗ ସରକାରଙ୍କ ଦ୍ୱାରା ନିର୍ମାଣ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଥମିବାର ନାଁ ନେଉନି । ୪ ଧାମ ମଧ୍ୟରୁ ପୁରୀ ଜଗନ୍ନାଥ ଧାମ ଅନ୍ୟତମ ହୋଇଥିବା ବେଳେ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିବାଦ ସୃଷ୍ଟି କରିଛନ୍ତି । ଏହା ଉପରେ ମମତା ବାନାର୍ଜୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଦୀଘା ଜଗନ୍ନାଥ ମନ୍ଦିରକୁ ଧାମ କୁହା ନ ଯାଉ ବୋଲି ମୋହନ ମାଝୀ ଚିଠିରେ କହିଥିବା ସୂଚନା । ଧାମ ଶବ୍ଦଠାରୁ ଦୂରରେ ରହିବାକୁ କହିଲେ ମୋହନ ।

ଜଗନ୍ନାଥ ନାଁ ସ୍ୱତନ୍ତ୍ର ଓ ପବିତ୍ର । ଏହି ନାଁ ପୁରୀ ସହ ଜଡ଼ିତ ରହିଛି । ଅନ୍ୟ କୌଣସି ମନ୍ଦିର କିମ୍ବା ସ୍ଥାନ ସହ ଯୋଡ଼ିବା ଠିକ୍ ନୁହେଁ ।ଏଭଳି କଲେ କୋଟି କୋଟି ଶ୍ରଦ୍ଧାଳୁଙ୍କୁ ଭାବାବେଗ ଆଘାତ ପାଇବ ।

You might also like