ସୃଷ୍ଟି ହେଲା ଘୂର୍ଣ୍ଣିବଳୟ,୨୩ରୁ ପ୍ରବଳ ବର୍ଷା ସମ୍ଭାବନା

ବଙ୍ଗୋପସାଗରରେ ବଢୁଛି ବାତ୍ୟା ଭୟ। ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ବାତ୍ୟା, ଓଡ଼ିଶା ଉପକୂଳ ଆଡ଼କୁ ଗତି କରିବ ବୋଲି ବିଭିନ୍ନ ଅନ୍ତର୍ଜାତୀୟ ମଡେଲ ପୂର୍ବାନୁମାନ କରିଛନ୍ତି। ଏହି ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ଉପରି ଭାଗରେ ୫.୮ କିମି ପର୍ଯ୍ୟନ୍ତ ବ୍ୟାପ୍ତ ଅଛି । ତେବେ ଆସନ୍ତା ୨୧ ତାରିଖ ଦିନ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ପରେ ଏହା ଉତ୍ତର ପଶ୍ଚିମ ଦିଗରେ ଗତି କରି ଅବପାତର ରୂପ ନେବ । ଏହା ଅବପାତ ରୂପ ନେଇ ବାତ୍ୟା ରୂପ ନେବା ଆପାତତଃ ସ୍ପଷ୍ଟ।୩ ଦିନ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ଭଦ୍ରକରେ ପ୍ରବଳ ବର୍ଷା ଆଶଙ୍କା କରାଯାଉଛି । ଏହାଛଡ଼ା କଟକ, ଢେଙ୍କାନାଳ, କନ୍ଧମାଳ, ନୟାଗଡ଼, ଗଞ୍ଜାମରେ ମଧ୍ୟ ପ୍ରବଳ ବର୍ଷା ହେବ। ଯଦି ଏହି ଅବପାତ ଉତ୍ତର ପଶ୍ଚିମକୁ ଗତି କରେ, ତେବେ ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ ।