ପାରାଦୀପ ବନ୍ଦରରୁ ରିଲିଜ୍ ହେବ ‘ଏମ୍ଭି ଟେଲେରି ଏମ୍’ ଜାହାଜ
ହାଇକୋର୍ଟରେ ସାମୁଦ୍ରିକ ବିବାଦ ସମ୍ପର୍କିତ ମାମଲା । ପାରାଦ୍ୱୀପ ବନ୍ଦରରେ ଗିରଫ ହୋଇଥିବା ଜାହାଜକୁ ଛାଡ଼ିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପାରାଦ୍ୱୀପ ବନ୍ଦରରୁ ଗନ୍ତବ୍ୟ ସ୍ଥଳକୁ ଯାଇ ପାରିବ ଏମଭି ଟେଲେରି ଏମ ଜାହାଜ । ବକେୟା ପରିଶୋଧ ପରେ ଏବେ ଜାହାଜକୁ ପାରାଦ୍ୱୀପ ପୋର୍ଟରୁ ଛାଡିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପାନାମାରେ ପଞ୍ଜିକୃତ ଜାହାଜ ଏମଭି ଟେଲେରୀ ଏମକୁ ଗତ ଶନିବାର ହାଇକୋର୍ଟ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ବଙ୍କର ଫୁଏଲ ବାବଦରେ ବକେୟା ଅର୍ଥ ପୈଠ ନକରିଥିବା ଅଭିଯୋଗରେ ଜିଓସର୍ଭ ଏନର୍ଜି ଟ୍ରାନ୍ସପୋର୍ଟ ନାମକ ସଂସ୍ଥାର ଆବେଦନ ଶୁଣାଣି କରି ହାଇକୋର୍ଟ ଜାହାଜକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ।
କିନ୍ତୁ ଆଜି ଉଭୟ ପକ୍ଷଙ୍କ ମଧ୍ୟରେ ବକେୟା ଅର୍ଥକୁ ନେଇ ହୋଇଥିବା ବିବାଦର ଆପୋଷ ସମାଧାନ ହୋଇଥିବାରୁ ସମ୍ପୃକ୍ତ ଜାହାଜକୁ ରିଲିଜ କରିଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
