ଟେଷ୍ଟରୁ ସନ୍ୟାସ ନେଲେ ରୋହିତ ଶର୍ମା ।  

ଟେଷ୍ଟରୁ ସନ୍ୟାସ ନେଲେ ହିଟ୍ ମ୍ୟାନ । ଇଂଲଣ୍ଡ ଗସ୍ତ ପୂର୍ବରୁ ଟେଷ୍ଟରୁ ଅବସର ନେଇ ଘୋଷଣା କଲେ ରୋହିତ ଶର୍ମା । ଏନେଇ ସେ ଖୋଦ ନିଜ ଇନଷ୍ଟାଗ୍ରାମ ଷ୍ଟୋରୀ ଦ୍ୱାରା ଜଣାଇଛନ୍ତି । ଅଷ୍ଟ୍ରେଲିଆ ଟେଷ୍ଟ ସିରିଜ୍‌ ବେଳେ ରୋହିତ ଅବସର ନେବେ ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ନିଜେ ଖଣ୍ତନ କରିଥିଲେ ରୋହିତ । ଏବେ ସେ ନିଜେ ଏନେଇ ଘୋଷଣା କରିଛନ୍ତି । ୨୦୧୩ରେ ଟେଷ୍ଟରେ ଡେବ୍ୟୁ କରିଥିଲେ ରୋହିତ ଶର୍ମା । ଡିସେମ୍ବର ୨୬ରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟେଷ୍ଟ ଖେଳିଥିଲେ ।

୬୭ଟି ଟେଷ୍ଟ ମ୍ୟାଚ ଖେଳି ୪ହଜାର ୩୦୧ ରନ କରିଛନ୍ତି । ଏଥିରେ ୧୨ଟି ଶତକ, ୧୮ ଅର୍ଦ୍ଧଶତକ କରିଛନ୍ତି ରୋହିତ ଶର୍ମା । ଏବେ ରୋହିତ ଶର୍ମାଙ୍କ ଟେଷ୍ଟରୁ ଅବସର ଘୋଷଣା କରିବା ପରେ ତାଙ୍କ ସ୍ଥାନରେ ଯଶସ୍ବୀ ଜୟସ୍ବାଲ ଏବଂ କେ.ଏଲ ରାହୁଲ ଓପନିଂ କରିପାରନ୍ତି ।

You might also like