Ayushman Card ପାଇଁ ଅନଲାଇନରେ କେମିତି କରିବେ ଆବେଦନ
ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନାର ଶୁଭାରମ୍ଭ । କଟକରେ ଆୟୋଜିତ କାର୍ଯ୍ୟକ୍ରମରେ ଶୁଭାରମ୍ଭ କଲେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେ.ପି. ନଡ୍ଡା । ରାଜ୍ୟର ପ୍ରାୟ ସାଢ଼େ ୩ କୋଟି ଲୋକଙ୍କୁ ମିଳିବ ମାଗଣା ଚିକିତ୍ସା ସୁବିଧା । ଦେଶର ୨୯ ହଜାରରୁ ଉର୍ଦ୍ଧ୍ବ ହସ୍ପିଟାଲରେ ମିଳିବ ମାଗଣା ଚିକିତ୍ସା ସୁବିଧା ।ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।
ଏଥିରେ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାରର ସଦସ୍ୟଙ୍କ ବିବରଣୀ।ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାରର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ, ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ।
