ସ୍ମାର୍ଟଫୋନ୍‌ରେ ରଖନ୍ତୁ ଆଧାରକାର୍ଡର କପି । UIDAI ଅଫିସିଆଲ୍ ୱେବ୍‌ସାଇଟ ରୁ ଏହିଭଳି ଡାଉନ୍ ଲୋଡ କରନ୍ତୁ।

ଆଜିକାଲି ସବୁ କ୍ଷେତ୍ରରେ ଆଧାରକାର୍ଡ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇଗଲାଣି। ସବୁବେଳେ ଆଧାରକାର୍ଡ ସାଙ୍ଗରେ ଧରି ବୁଲିବା ସମ୍ଭବ ନୁହେଁ। ତେଣୁ  ଏହି ସମସ୍ୟାର ସମାଧାନ ପାଇଁ ଆପଣ ନିଜ ସ୍ମାର୍ଟଫୋନ୍‌ରେ ଆଧାରକାର୍ଡର ସଫ୍ଟ କପି ରଖିପାରିବେ। କେମିତି ଜାଣନ୍ତ ।

୧. ପ୍ରଥମେ UIDAI ଅଫିସିଆଲ୍ ୱେବ୍‌ସାଇଟ- https://uidai.gov.in/ କୁ ଯିବାକୁ ପଡ଼ିବ।
୨. ଏହାପରେ ଗେଟ୍ ଆଧାର କାର୍ଡ(Get Aadhaar) ବିଭାଗକୁ ଯାଇ ଡାଉନ୍‌ଲୋଡ ଆଧାର ଅଫସନ ପରେ କ୍ଲିକ୍ କରନ୍ତୁ।

୩. ଏହାପରେ ଯେଉଁ ପେଜ୍ ଖୋଲିବ ସେଥିରେ ନିଜର ଆଧାର ନମ୍ବର ଓ ପେଜ୍‌ର ତଳେ ଥିବା ସିକ୍ୟୁରିଟି କୋଡ୍ ଦିଅନ୍ତୁକୁ ସେଥିରେ ଦିଅନ୍ତୁ।

୪.ଏହାପରେ ସେଣ୍ଡ ଓଟିପି ଅପସନ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ପଞ୍ଜିକୃତ ମୋବାଇଲ୍‌କୁ ଏକ ଓଟିପି ଆସିବ।

୫. ଓଟିପି ଦେଇ ‘Verify and download’ ଅପସନ ଉପରେ କ୍ଲିକ୍‌ କରନ୍ତୁ।

୬. ଡିଟେଲ୍ସ ଭେରିଫାଏ ହେବା ପରେ ଆପଣ ନିଜ ଆଧାରକାର୍ଡର ପିଡିଏପ୍‌ ଡାଉନ୍‌ଲୋଡ କରିପାରିବେ।

୭. ତେବେ ଏହି ପିଡିଏଫ୍‌କୁ ଖୋଲିବାକୁ ହେଲେ ପାସ୍‌ୱାର୍ଡ ଦେବାକୁ ପଡ଼ିବ। ୮ଟି କ୍ୟାରେକ୍ଟର ଦେଇ ପାସ୍‌ୱାର୍ଡ ଦେବେ ଓ ଆଧାରାକାର୍ଡ ଡାଉନଲୋଡ କରିପାରିବେ।