HR TV ଓଡିଆ ନିଉଜ୍ ପରିବାର ର ବନ୍ଧୁ ମିଳନ ଉତ୍ସବ ।।

HR Tv ଓଡିଆ ନିଉଜ୍ ପରିବାର ତରଫରୁ ଏକ ବନ୍ଧୁ ମିଳନ ଉତ୍ସବ ଭୁବନେଶ୍ବର ଲୁଇସ୍ ରୋଡ୍ ସ୍ଥିତ ସ୍ଥାୟୀ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଉତ୍ସବରେ HR Tv ଓଡିଆ ନିଉଜ୍ ର ସହ ସମ୍ପାଦକ ଶ୍ରୀଯୁକ୍ତ ରାଧାଶ୍ୟାମ ପରିଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ HR Tv ଓଡିଆ ନିଉଜ୍ ର ମୁଖ୍ୟ ସମ୍ପାଦକ ସେକ୍ ଜାଭେଦ ସମ୍ମାନୀତ ଅତିଥି ଭାବେ ଯୋଗ ଦାନ କରିଥିବା ବେଳେ ମୁଖ୍ୟ ପରାମର୍ଶଦାତା ଶ୍ରୀଯୁକ୍ତ ଏ .କେ * ପଟ୍ଟନାୟକ ବ୍ୟୁରୋ ଚିଫ୍ ଅକ୍ଷୟ ଫଗୁଣ ପ୍ରମୁଖ ଯୋଗଦାନ କରିଥିଲେ।।

HR Tv ଓଡିଆ ନିଉଜ୍ ର ଆଗାମୀ ଭବିଷ୍ୟତ କାର୍ଯ୍ୟକ୍ରମ ସହିତ ଉକ୍ତ ଚାନେଲ୍ ଟିର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ତଥା ସମସ୍ୟା ବହୁଳ ଖବର ପ୍ରସାରଣ ସହିତ କିପରି ଓଡିଶାର ଅଗଣିତ ଦର୍ଶକ ମାନଙ୍କର ପ୍ରିୟ ହୋଇ ଗଣମାଧ୍ୟମ ଜଗତରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରି ଓଡିଶାରେ ବିଶେଷଭାବେ ପାଠକ ଏବଂ ଦର୍ଶକମାନଙ୍କ ହୃଦୟରେ ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରିପାରିବ ସେଥିପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା। ଉକ୍ତ ବନ୍ଧୁ ମିଳନ ଉତ୍ସବରେ ବିଭିନ୍ନ ଜିଲ୍ଲାରୁ ସକ୍ରିୟ ଓ ବରିଷ୍ଠ ସାମ୍ବାଦିକ ବନ୍ଧୁ ମାନେ ଯୋଗଦାନ କରି HR Tv ଓଡିଆ ନିଉଜ୍ ଚାନେଲ୍ ର ଉତ୍ତରୋତ୍ତର ଉନ୍ନତି ଦିଗରେ ନିଜ ନିଜ ର ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।। ଉକ୍ତ ଉତ୍ସବରେ ସାମ୍ବାଦିକ ଜ୍ୟୋତି ରଞ୍ଜନ ପରିଡା, ବିଶ୍ବଜିତ୍ ପ୍ରଧାନ, ଅଭିଜିତ ସ୍ୱାଇଁ.ବାବୁଲି ଚନ୍ଦ୍ର ଦାସ ଗୋବିନ୍ଦଚନ୍ଦ୍ର ଖୁଣ୍ଟିଆ, ନଭେଶ କୁମାର ଦାସ, ନିମାଇ ଚରଣ ସାମଲ ,ରଣଜିତ ସାମଲ , ପ୍ରଶାନ୍ତ ନାୟକ, ଜହୀର ଅହମ୍ମଦ, **** ପ୍ରମୁଖ ସାମ୍ବାଦିକ ବନ୍ଧୁ ମାନେ ଉପସ୍ଥିତ ରହି ସକ୍ରିୟ ସହଯୋଗ ଓ ସହଭାଗିତା ପ୍ରଦାନ କରିଥିଲେ। ଶେଷରେ ମେନକା ଜେନା ଓ ସୁଶ୍ରୀ ମଧୁସ୍ମିତା ଧନ୍ୟବାଦ ଅର୍ପଣ କରିଥିଲେ।। ( ବ୍ୟୁରୋ)