ସୋନାପୁର ସମୁଦ୍ର କୂଳରେ ବିରାଟକାୟ ସାର୍କ
ସୋମବାର ଦିନ ଓଡିଶାର ଗଞ୍ଜାମ ଜିଲ୍ଲାର ସୋନାପୁର ବେଳାଭୂମିରେ ଏକ ବିରାଟକାୟ ସାର୍କ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ।ତେବେ ସମୁଦ୍ରକୂଳରେ ଏଭଳି ବିରାଟ ମାଛ ଖବର ସ୍ଥାନୀୟ ଅଞ୍ଚଳରେ ପ୍ରସ୍ତାରିତ ହେବା ପରେ, ମାଛଟିକୁ ଦେଖିବାକୁ ଲୋକମାନେ ଭିଡ଼ ଜମାଇଛନ୍ତି। ମାଛଟି ପ୍ରାୟ ୧୫ ଲମ୍ବ ଏବଂ ଏହା ଏକ ବିରଳ ପ୍ରଜାତିର ମାଛ ବୋଲି ଜଣାପଡ଼ିଛି। ସାଧାରଣତଃ ସାର୍କ ସମୁଦ୍ର ଭିତରେ ବହୁତ ଗଭୀରରେ ଦେଖାଯାଇଥାଏ। ତେବେ କେଉଁ ପରିସ୍ଥିତିରେ ଏହା ସମୁଦ୍ର କୂଳରେ ପହଞ୍ଚିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ। ସାର୍କ କିଛି ମତ୍ସ୍ୟଜୀବୀଙ୍କ ଜାଲରେ ପଡ଼ିବା ପରେ ସୋନାପୁର ବେଳାଭୂମିରେ ପକାଇ ଦିଆଯାଇଥିବା ସନ୍ଦେହ କରାଯାଉଛି।