ଫସିଲେ ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ

ବଲିଉଡର ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣ ଝା ଶୁକ୍ରବାର ସୁପୌଲ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି। ତାଙ୍କ ପ୍ରଥମ ସ୍ତ୍ରୀ ରଞ୍ଜନା ନାରାୟଣ ଝା ୨୦୨୨ରେ ବୈବାହିକ ଜୀବନ ପୁଣି ଆରମ୍ଭ ପାଇଁ ମାମଲା ଦାୟର କରିଥିଲେ। ଏହା ପୂର୍ବରୁ ଉଦିତ ନାରାୟଣ ଅନେକ ଥର କୋର୍ଟରେ ଅନୁପସ୍ଥିତ ଥିବାରୁ ଅଦାଲତ ତାଙ୍କୁ ୧୦ ଟଙ୍କା ଜରିମାନା ଆଦାୟ କରିଥିଲେ। ପୂର୍ବ ସୂଚନା ଅନୁଯାୟୀ କିଛିଦିନ ତଳେ ଟ୍ରୋଲର ଶିକାର ହୋଇଥିଲେ ବଲିଉଡର ଲୋକପ୍ରିୟ ଗାୟକ ଉଦିତ ନାରାୟଣ । ଗାୟକଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଥିଲା । ଏହି ଭିଡିଓଟି ଏକ ଲାଇଭ୍ କନସର୍ଟର, ଯେଉଁଥିରେ ସେ ତାଙ୍କର ହିଟ୍ ଗୀତ ‘ଟିପ୍ ଟିପ୍ ବରସା ପାନି’ ପରିବେଷଣ କରୁଥିବା ବେଳେ ଜଣେ ମହିଳା ଫ୍ୟାନ୍ସଙ୍କୁ କିସ୍ କରୁଥିବା ନଜର ଆସିଥିଲେ ।

ଯାହା କି ସେହି ସମୟରେ ସୋସିଆଲ ମିଡିଆରେ ତୀବ୍ର ଭାବରେ ଭାଇରାଲ ହୋଇଥିଲା ଯାହା ପରେ ତାଙ୍କୁ ଖୁବ ଟ୍ରୋଲ ହେବା ପାଇଁ ପଡିଥିଲା , ଉଦିତ ନାରାୟଣଙ୍କ ଏହି ଭିଡିଓ ଦେଖିବା ପରେ ଅନେକ ୟୁଜର୍ସ ଓ ନେଟିଜେନ୍ସ ନିରାଶା ମଧ୍ୟ ହୋଇଥିଲେ | ନାରାୟଣ ଝା ତାଙ୍କ ସ୍ବାମୀଙ୍କ ସହ ରହିବାକୁ ଇଚ୍ଛା ପ୍ରକାଶ କରିବା ସହ ବୟସ ଓ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ତାଙ୍କ ସହ ଜୀବନ ବିତାଇବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ଯେତେବେଳେ ସେ ମୁମ୍ବାଇରେ ଉଦିତ ନାରାୟଣଙ୍କୁ ଭେଟିବାକୁ ଯାଆନ୍ତି, ସେତେବେଳେ ତାଙ୍କ ପଛରେ ଗୁଣ୍ଡା ଲଗାଯାଏ।କୋର୍ଟରେ ହାଜର ହେବା ପରେ ରଞ୍ଜନା କହିଛନ୍ତି, ଆଜି କୋର୍ଟରେ ଉଦିତ ନାରାୟଣ କୌଣସି ସମାଧାନକୁ ଅସ୍ବୀକାର କରିବା ସହ ମାମଲା ଲଢ଼ିବେ ବୋଲି କହିଥିଲେ। ବିବାହ ପରେ ମଧ୍ୟ ତାଙ୍କୁ ସ୍ତ୍ରୀର ମାନ୍ୟତା ମିଳି ନ ଥିଲା ଏବଂ ତାଙ୍କୁ ତାଙ୍କ ଅଧିକାରରୁ ବଞ୍ଚିତ କରାଯାଇଥିଲା ବୋଲି ରଞ୍ଜନା ଅଭିଯୋଗ କରିଛନ୍ତି। ଅଦାଲତରୁ ନ୍ୟାୟ ମିଳିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

You might also like