‘IBD-3’ର ବିଜେତା ହେଲେ ସମର୍ପଣ ଲାମା
ଶେଷ ହୋଇଛି ଟେଲିଭିଜନ ରିଆଲିଟି ଶୋ’ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର ଚାପ୍ଟର ୩’। ଶନିବାର ରାତିରେ ପ୍ରସାରିତ ଅନ୍ତିମ ଏପିସୋଡରେ ଶୋ’କୁ ଏହାର ବିଜେତା ମିଳିଛି। ଫାଇନାଲରେ ନୃତ୍ୟଶିଳ୍ପୀ ସମର୍ପଣ ନାମା ଟ୍ରଫି ଜିତିଛନ୍ତି।ତାଙ୍କର ଅପୂର୍ବ ଡ୍ୟାନ୍ସ ଏବଂ କ୍ୟୁଟନେସ୍ ସହିତ ସେ କେବଳ ଜଜ୍ଙ୍କ ନୁହେଁ ବରଂ ଦେଶରେ ଲୋକଙ୍କ ହୃଦୟ ମଧ୍ୟ ଜିତିଥିଲେ।ଶୋ’ର ଉଜ୍ଜ୍ୱଳ ସୁନ୍ଦର ଟ୍ରଫି ସହିତ ସେ ୧୫ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପାଇଥିଲେ। ଏଥି ସହ ତାଙ୍କ କୋରିଓଗ୍ରାଫର ଭାବନା ଖଣ୍ଡୁଜାଙ୍କୁ ମଧ୍ୟ ଏହି ବିଜୟ ପାଇଁ ୫ଲକ୍ଷ ଟଙ୍କା ଚେକ୍ ଦିଆଯାଇଛି।
ସମର୍ପଣଙ୍କ ଘର ନେପାଳରେ ହୋଇଥିଲେ ହେଁ ସେ ଏବେ ମହାରାଷ୍ଟ୍ରରେ ରହୁଛନ୍ତି। ଶୋ’ର ଅନ୍ୟ ପ୍ରତିଯୋଗୀଙ୍କୁ ପଛରେ ପକାଇ ନିଜର ନୃତ୍ୟଶୈଳୀକୁ ନେଇ ସେ ବିଜେତା ହେବାର ଗୌରବ ଅର୍ଜନ କରିଛନ୍ତି। ତେବେ ସେ ସବୁବେଳେ ବିଭିନ୍ନ ନୃତ୍ୟଭିତ୍ତିକ ଶୋ’ ଦେଖି ସେଥିରେ ଭାଗ ନେବା କଥା ଚିନ୍ତା କରୁଥିଲେ। ଶେଷରେ ତାଙ୍କ ସ୍ବପ୍ନ ପୂରଣ ହୋଇଛି।
