ପ୍ରକାଶ ପାଇଲା ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ

ଭାରତୀୟ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ପରିଷଦ (CISCE) ICSE ଦଶମ ଶ୍ରେଣୀ ଏବଂ ISC ଦ୍ୱାଦଶ ଶ୍ରେଣୀର ଫଳାଫଳ ଘୋଷଣା କରିଛି । ଆଜି ବୋର୍ଡ ମୁଖ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଉଭୟ ଶ୍ରେଣୀର ଫଳାଫଳ ପ୍ରକାଶ କରାଯାଇଛି ।ଏହି ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀ cisce.org, results.cisce.org ଏବଂ DigiLocker ୱେବସାଇଟକୁ ଯାଇ କରିପାରିବେ ଚେକ୍‌।

ଏହା ବ୍ୟତୀତ ଛାତ୍ରଛାତ୍ରୀ ସିଧାସଳଖ ଏହି https://tmgr-98fkj2l4xmvz7 ଲିଙ୍କ ଜରିଆରେ ନିଜ ରେଜଲ୍ଟ ଚେକ୍ କରିପାରିବେ।ଭାରତୀୟ ସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା ପରିଷଦ (CISCE) ଏପ୍ରିଲ 30, 2025 ରେ ସକାଳ 11 ଟାରେ ICSE (ଶ୍ରେଣୀ 10) ଏବଂ ISC (ଶ୍ରେଣୀ 12) ବୋର୍ଡ ପରୀକ୍ଷାର ଫଳାଫଳ ଘୋଷଣା କରିଛି।ICSE ଶ୍ରେଣୀ ଦଶମ ପରୀକ୍ଷା ୧୮ ଫେବୃଆରୀରୁ ୨୭ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା, ଯେତେବେଳେ ISC ଦ୍ୱାଦଶ ପରୀକ୍ଷା ୧୩ ଫେବୃଆରୀରୁ ୫ ଏପ୍ରିଲ ୨୦୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ସାରା ଦେଶରୁ ହଜାର ହଜାର ଛାତ୍ରୀଛାତ୍ର ଏହି ପରୀକ୍ଷାରେ ଅଂଶଗ୍ରହଣ କରିଥିଲେ।ପରୀକ୍ଷା ରେଜଲ୍ଟ ଘୋଷଣା ହେବା ପରେ re-evaluationର ପ୍ରକ୍ରିୟା ଆରମ୍ଭ ହେବ। ଏହା ୪ ମେ ୨୦୨୫ ପର୍ଯ୍ୟନ୍ତ ଜାରି ରହିବ। re-evaluation କେବଳ ସେହି ବିଷୟ ପାଇଁ କରାଯିବ ଯେଉଁଥିରେ ଛାତ୍ରଛାତ୍ରୀ ଅସନ୍ତୁଷ୍ଟ ଅଛନ୍ତି।

You might also like