ICUରେ ଶ୍ରେୟସ ଆୟର, ପଞ୍ଜରାରେ ହାଡରେ ଲାଗିଛି ଗଭୀର ଆଘାତ

ଭାରତୀୟ ଦିନିକିଆ କ୍ରିକେଟ୍ ଟିମର ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କୁ ICUରେ ରଖାଯାଇଛି।ସୂଚନା ମିଳିଛି ଯେ, ଘଟଣା ଘଟିବା ପରେ ପଞ୍ଜରା ହାଡ଼ ଭିତରେ ରକ୍ତସ୍ରାବ ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ୭ଦିନ ପର୍ଯ୍ୟନ୍ତ ଡାକ୍ତରଙ୍କ ପର୍ଯ୍ୟବେକ୍ଷଣରେ ରହିବେ |ଶ୍ରେୟସ ଆୟରଙ୍କୁ ସିଡନୀରେ ଖେଳାଯାଇଥିବା ଓ୍ୱାନଡେ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ସମୟରେ ଆଣ୍ଠୁରେ ଆଘାତ ଲାଗିଥିଲା। ଏହି ଆଘାତ ଅଷ୍ଟ୍ରେଲିଆ ଇନିଂସର ୩୪ତମ ଓଭରରେ ହର୍ଷିତ ରାଣାଙ୍କ ବଲରେ ଆଲେକ୍ସ କେରୀଙ୍କ କ୍ୟାଚ୍ ନେବା ପ୍ରୟାସରେ ଲାଗିଥିଲା। ବ୍ୟାକୱାର୍ଡ ପଏଣ୍ଟରେ ଥିବା ଶ୍ରେୟସ ଆୟର ପଛକୁ ଦୌଡ଼ି ସେହି କ୍ୟାଚ୍ ଧରିଥିଲେ। କିନ୍ତୁ ନିଜକୁ ଆଘାତରୁ ବଞ୍ଚାଇ ପାରି ନ ଥିଲେ।ଏହା ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇଥିଲା। ପରୀକ୍ଷା ପରେ ଆଭ୍ୟନ୍ତରୀଣ ରକ୍ତସ୍ରାବ ହୋଇଥିବା ଜଣାପଡ଼ିବାରୁ ତାଙ୍କୁ ତୁରନ୍ତ ICUରେ ଭର୍ତ୍ତି କରାଯାଇଥିଲା। ଏବେ ଡାକ୍ତରଙ୍କ ତତ୍ତ୍ବାବଧାନରେ ତାଙ୍କର ଚିକିତ୍ସା ଜାରି ରହିଛି। ସୁସ୍ଥ ହେବା ପରେ ସେ ଭାରତ ଫେରିବେ ।