ଆସନ୍ତା ୩୦ତାରିଖ ସୁଦ୍ଧା ବର୍ଷାରେ କ୍ଷତିଗ୍ରସ୍ତ ପ୍ରକୃତ ଚାଷୀଙ୍କୁ ଚିହ୍ନଟ କରନ୍ତୁ -ମୁଖ୍ୟମନ୍ତ୍ରୀ
ଆସନ୍ତା ୩୦ତାରିଖ ସୁଦ୍ଧା ଅର୍ଥାତ୍ ୪୮ଘଣ୍ଟା ମଧ୍ୟରେ ଅଦିନିଆ ବର୍ଷାରେ କ୍ଷତିଗ୍ରସ୍ତ ପ୍ରକୃତ ଚାଷୀଙ୍କୁ ଚିହ୍ନଟ ସହ ଫସଲ କ୍ଷୟକ୍ଷତିର ସଠିକ୍ ଆକଳନ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟରେ ଯେପରି ଜଣେବି କ୍ଷତିଗ୍ରସ୍ତ ଚାଷୀ ସହାୟତାରୁ ବଂଚିତ ନହେବେ ସେଥିପାଇଁ ଧ୍ୟାନ ଦେବାକୁ ମଧ୍ୟ ବିଭାଗୀୟ ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀ ତାଗିଦ୍ କରିଛନ୍ତି ।
ଫସଲ କ୍ଷତି ନେଇ ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଡିବିଟି ଜରିଆରେ ଚାଷୀଙ୍କୁ ଫସଲ କ୍ଷତିପୂରଣ ପ୍ରଦାନ କରାଯିବ। ଧାନ ବ୍ୟତୀତ ଅନ୍ୟ ଫସଲ କ୍ଷତି ପାଇଁ ମଧ୍ୟ କ୍ଷତିପୂରଣ ଦିଆଯିବ। ବୀମା କରିଥିବା ଚାଷୀ ଓ କରି ନଥିବା ଚାଷୀ ମଧ୍ୟ କ୍ଷତିପୂରଣ ପାଇବେ। ବୀମାମୁକ୍ତ ୧ ଳକ୍ଷ ୨୬ ହଜାର ଚାଷୀ ଆବେଦନ କରିସାରିଛନ୍ତି। କାଲିସୁଦ୍ଧା ଅନ୍ୟ ବୀମାଭୁକ୍ତ ଚାଷୀ ପଞ୍ଜୀକରଣ କରିବାକୁ ପରାମର୍ଶ ଦିଆଯାଇଛି। କୃଷି ରକ୍ଷକ ଆପ୍ର ଟୋଲ ଫ୍ରି ନମ୍ବର ୧୪୪୪୭ରେ ଆବେଦନ କରିପାରିବେ।
