ୟୁସୁଫ ପଠାନଙ୍କ ଚିଠିକୁ ନେଇ ବର୍ଷିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
ଓଡ଼ିଶାରେ କାମ କରୁଥିବା ପଶ୍ଚିମବଙ୍ଗର ମୁର୍ଶିଦାବାଦ, ବରହମପୁର ଆଦି ଅଞ୍ଚଳର ମୁସଲିମ୍ ସମ୍ପ୍ରଦାୟର ଶ୍ରମିକଙ୍କୁ ଆକ୍ରମଣ କରାଯାଉଛି। ଏଥିରେ ହସ୍ତକ୍ଷେପ କରି ଓଡ଼ିଶା ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେବାକୁ ଟିଏମ୍ସି ସାଂସଦ ତଥା ପୂର୍ବତନ କ୍ରିକେଟର ୟୁସୁଫ ପଠାନ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ ଚିଠି ଲେଖିଛନ୍ତି। ଏହି ଘଟଣାରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ୟୁସୁଫ ପଠାନଙ୍କୁ କଡ଼ା ଜବାବ ଦେଇ କହିଛନ୍ତି, ଓଡ଼ିଶା ଉପରେ ସାମାନ୍ୟତମ ଜ୍ଞାନ ନଥିବା ଜଣେ ବ୍ୟକ୍ତି ଏଭଳି ମନ୍ତବ୍ୟ ରଖିଛନ୍ତି। ପେଟପାଟଣା ପାଇଁ ଆସୁଥିବା ବାହାର ରାଜ୍ୟର ଲୋକଙ୍କ ପାଇଁ ଓଡ଼ିଶା କେବେ ବି ଏକ ଅସୁରକ୍ଷିତ ସ୍ଥାନ ନୁହେଁ। ଓଡ଼ିଶା ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ଶରଣ ଓ ରୋଜଗାର ଦେଇଛି। ଇତିହାସରେ କେବେ ବି ଓଡ଼ିଶା କାହା ପାଇଁ ଅସୁରକ୍ଷିତ ସ୍ଥାନ ବୋଲି ଅଭିଯୋଗ ଆସିନାହିଁ। ପ୍ରଥମ ଥର ପାଇଁ ଓଡ଼ିଶା ଉପରେ ସାମାନ୍ୟ ତେବେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ ଓଡ଼ିଶା ସରକାର କେବଳ ରାଜ୍ୟରେ ଅବୈଧ ଭାବରେ ରହୁଥିବା ଲୋକ ମାନଙ୍କୁ ରାଜ୍ୟରୁ ବାହାର କରିବାକୁ ଚାହୁଁଛନ୍ତି। ଯେଉଁ ବାଂଲାଦେଶୀ ବାସିନ୍ଦା ମାନେ କୌଣସି ଆଇନଗତ କାଗଜପତ୍ର ବିନା ଓଡ଼ିଶାରେ ରହୁଛନ୍ତି କେବଳ ସେହିମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ସେମାନଙ୍କୁ ରାଜ୍ୟରୁ ବାହାର କରିବା ପାଇଁ ପ୍ରୟାସ କରାଯାଉଛି। ତେବେ ଏଥିରେ କୌଣସି ମୁସଲମାନ ମାନଙ୍କୁ ଟାର୍ଗେଟ କରାଯାଉନାହିଁ।
