ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୁଇ ପ୍ରମୁଖ ସଚିବ
ଓଡ଼ିଶାରେ ପ୍ରଧାନମନ୍ତ୍ରୀଙ୍କ ଦୁଇ ପ୍ରମୁଖ ସଚିବ। ଗୁରୁବାର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ-୨ ଶକ୍ତିକାନ୍ତ ଦାସ ଭୁବନେଶ୍ବରରେ ପହଞ୍ଚିଥିବାବେଳେ, ଶୁକ୍ରବାର ଅପରାହ୍ନରେ ପହଞ୍ଚିଛନ୍ତି ପ୍ରମୁଖ ସଚିବ ପିକେ ମିଶ୍ର। ଶକ୍ତିକାନ୍ତ ଦାସ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ସହ ତାଙ୍କର ଗୁରୁତ୍ବପୂର୍ଣ୍ଣ ବୈଠକ ରହିଛି । ଆସନ୍ତାକାଲି ଶକ୍ତିକାନ୍ତ ଦାସ ଘଟଗାଁ ତାରିଣୀ ପୀଠକୁ ଯାଇ ମାଆଙ୍କ ଦର୍ଶନ କରିବେ । ତାଙ୍କ ପାଇଁ ୱାଇ ପ୍ଲସ୍ ସୁରକ୍ଷା କରାଯାଇଛି । ଦୁଇଦିନରେ ଦୁଇଜଣ ବରିଷ୍ଠ ଅଧିକାରୀଙ୍କ ଓଡ଼ିଶା ଗସ୍ତକୁ ନେଇ ଏବେ ଚର୍ଚ୍ଚା ହେଉଛି|ସେହିଭଳି ଶୁକ୍ରବାର ଭୁବନେଶ୍ବରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପିକେ ମିଶ୍ର। ଏହା ପରେ ସେ ସମ୍ବଲପୁରରେ ଗସ୍ତରେ ଯିବେ ଏବଂ ସେଠାରେ ରାତ୍ରିଯାପନ କରିବେ । ପରେ ଶନିବାର ସମ୍ବଲପୁର ଆଇଆଇଏମର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏହା ସହ ପର୍ଯ୍ୟଟନ ଓ ନଗର ଉନ୍ନୟନ ବିଭାଗର ବିଭିନ୍ନ ପ୍ରକଳ୍ପ ନେଇ ଆଲୋଚନା କରିବେ ।
