ହ୍ୟାଣ୍ଡସେକ୍ କରୁଥିଲେ ହୋଇଯାଆନ୍ତୁ ସାବଧାନ। 

କାର୍ଯ୍ୟସ୍ଥଳରେ ହ୍ୟାଣ୍ଡସେକ୍ ପାଇଁ ବାଧ୍ୟ କରିବା ଯୌନ ନିର୍ୟ୍ୟାତନା । ଏକ ମାମଲାର ଶୁଣାଣି କରି ଏହା କହିଛନ୍ତି ଚେନ୍ନାଇ ହାଇକୋର୍ଟ । ମହିଳା କର୍ମଚାରୀଙ୍କୁ କରମର୍ଦ୍ଦନ ପାଇଁ ବାଧ୍ୟ କରିବା ଏବଂ ଯେକୌଣସି ଅପ୍ରିୟ ବ୍ୟବହାର ଯୌନ ନିର୍ୟ୍ୟାତନା ବୋଲି ମାଡ୍ରାସ୍‌ ହାଇକୋର୍ଟ କହିଛନ୍ତି । ଯଦି ଦେଖିବା ହ୍ୟାଣ୍ଡସେକ୍ କରିବା ଏକ ସାଧାରଣ କଥା। ଛୋଟ ଛୁଆଙ୍କଠୁ ଆରମ୍ଭ କରି ବୟସ୍କ ଲୋକ ପର୍ଯ୍ୟନ୍ତ ନିଜ ବନ୍ଧୁ କିମ୍ୱା ପରିଜନଙ୍କ ସହ ଦେଖାହେଲେ ସାଧାରଣତଃ ହ୍ୟାଣ୍ଡସେକ୍ କରିଥାନ୍ତି।ହେଲେ ଏବେ ସେହି ହ୍ୟାଣ୍ଡସେକ୍ କିଛି ଲୋକଙ୍କୁ ଅସୁବିଧାରେ ପକାଇପାରେ।

ପୋସ୍‌ ଆଇନ ଅନୁଯାୟୀ, ଉତ୍ପୀଡ଼ନର ଶିକାର ହୋଇଥିବା ମହିଳାଙ୍କ ଅନୁଭୂତିକୁ ପୁରୁଷଙ୍କ ଉଦ୍ଦେଶ୍ୟ ଅପେକ୍ଷା ଅଧିକ ପ୍ରାଧାନ୍ୟ ଦିଆଯାଇଥାଏ। ଯଦି ମହିଳା ଜଣକ କୌଣସି ଆଚରଣକୁ ଭଲ ଭାବରେ ଗ୍ରହଣ କରୁନାହାନ୍ତି ତେବେ ଏହା ଯୌନ ନିର୍ୟ୍ୟାତନାର ସଂଜ୍ଞା ମଧ୍ୟରେ ଯିବ ବୋଲି କହିଛନ୍ତି ଜଷ୍ଟିସ୍‌ ଆର୍‌. ଏନ୍‌. ମଞ୍ଜୁଲା।

You might also like