ଟ୍ରମ୍ପ୍ଙ୍କ ଶାନ୍ତି ସ୍ଥାପନ ପ୍ରୟାସକୁ ଝଟ୍କା!ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ ।
ୟୁକ୍ରେନ ଉପରେ ରୁଷର ବଡ ଆକ୍ରମଣ । ୟୁକ୍ରେନର ପ୍ରମୁଖ ସହର ଉପରେ ଜୋରଦାର ଆକ୍ରମଣ କରିଛି ରୁଷ । ମଧ୍ୟ ରାତ୍ରିରେ ରାଜଧାନୀ କିଭ ସମତେ ଅନ୍ୟ କିଛି ଅଂଚଳରେ ମିସାଇଲ ଓ ଡ୍ରୋନ ଆକ୍ରମଣ କରିଛି ରୁଷ । । ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି କହିଛନ୍ତି , ଏହି ଆକ୍ରମଣ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଫୋନ କଥାବାର୍ତ୍ତା ସମୟରେ ଆରମ୍ଭ ହୋଇଥିଲା । ଜେଲେନସ୍କିଙ୍କ ଅନୁଯାୟୀ, ଏହି ଆକ୍ରମଣରେ ରୁଷିଆ ୫ଶହରୁ ଅଧିକ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରି ୟୁକ୍ରେନର ଶକ୍ତି ଭିତ୍ତିଭୂମି, ହସ୍ପିଟାଲ ଏବଂ ପରିବହନ ବ୍ୟବସ୍ଥାକୁ ଟାର୍ଗେଟ କରିଛି।ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପୂର୍ବରୁ ଆମେରିକାର ନିଃସର୍ତ୍ତ ଅସ୍ତ୍ରବିରତି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିସାରିଛନ୍ତି। ସାମ୍ପ୍ରତିକ ଆଲୋଚନା ପରେ ମଧ୍ୟ, ରୁଷିଆର ମନୋଭାବରେ ପରିବର୍ତ୍ତନ ହେବାର କୌଣସି ସଙ୍କେତ ମିଳିନାହିଁ।ୟୁକ୍ରେନ ଏହି ପ୍ରସ୍ତାବକୁ ସମର୍ଥନ କରିଥିଲେ ମଧ୍ୟ କ୍ରେମଲିନ୍ ଏହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଥିଲା। ଗୁରୁବାର ଦିନ, ପୁଟିନ ଏବଂ ଟ୍ରମ୍ପ୍ ପ୍ରାୟ ଏକ ଘଣ୍ଟା ଧରି ଫୋନ୍ ମାଧ୍ୟମରେ କଥାବାର୍ତ୍ତା କରିଥିଲେ, କିନ୍ତୁ ଆଲୋଚନା ପରିସ୍ଥିତିକୁ ପରିବର୍ତ୍ତନ କରିପାରି ନଥିଲା। ପୁଟିନ ସ୍ପଷ୍ଟ କରିଥିଲେ ଯେ, ରୁଷିଆ ନିଜର ମିସନ ସମାପ୍ତ ନହେବା ପର୍ଯ୍ୟନ୍ତ ସଂଘର୍ଷ ବନ୍ଦ କରିବ ନାହିଁ।
