ଭାରତରେ ଗେମର୍ସ ସପ୍ତାହରେ ହାରାହାରି ୧୦ରୁ ୧୩ ଘଣ୍ଟା ସମୟ ଦେଉଛନ୍ତି ।

ଭାରତରେ ଗେମିଂ ମାର୍କେଟ୍ ଲଗାତାର ବଡ଼ ହେବାରେ ଲାଗିଛି । ଏକ ରିପୋର୍ଟ ଅନୁସାରେ ବର୍ତ୍ତମାନ ସମୟରେ ଭାରତୀୟ ଗେମିଂ ବଜାର ପ୍ରାୟ ୩୨ ହଜାର କୋଟି ଟଙ୍କା ।ଇଣ୍ଟରଆକ୍ଟିଭ ମିଡିଆ ଏବଂ ଗେମିଂ ଭେଞ୍ଚର କ୍ୟାପିଟଲ୍ ଫଣ୍ଡ ଲୁମିକାଇ (Lumikai) ଷ୍ଟେଟ୍ ଅଫ୍ ଇଣ୍ଡିଆ ଇଣ୍ଟରଆକ୍ଟିଭ ମିଡିଆ ଆଣ୍ଡ ଗେମିଂ ରିପୋର୍ଟରେ ଏହି ଅନୁମାନ କରିଛି ଯେ ଆଗାମୀ ପାଞ୍ଚ ବର୍ଷରେ ଅର୍ଥାତ୍ FY ୨୦୨୯ ସୁଦ୍ଧା ଭାରତୀୟ ଗେମିଂ ବଜାର ୯.୨ ବିଲିୟନ ଡଲାର ଅର୍ଥାତ୍ ୭୬ ହଜାର କୋଟି ଟଙ୍କା ପାର କରିବ । ଅନଲାଇନ୍ ଗେମିଂ ଉପରେ ମୋଟ ଅଙ୍କର ଜିଏସଟି ଲାଗୁ କରାଯିବା ପରେ ବି ଏହା ବୃଦ୍ଧି ଉପରେ କୌଣସି ପ୍ରଭାବ ପଡ଼ି ନାହିଁ ।

ରିପୋର୍ଟରେ ଏହା ବି ଖୁଲାସା କରାଯାଇଛି ଯେ କେବଳ ବଡ଼ ସହରର ନୁହେଁ, ଛୋଟ ସହରରେ ମଧ୍ୟ ଗେମିଂକୁ ନେଇ କ୍ରେଜ୍ ବଢିବାକୁ ଲାଗିଛି ।ଭାରତ ଏବେ ମୋବାଇଲ୍ ଗେମିଂ ଡାଉନଲୋଡ୍ ମାମଲାରେ ଦୁନିଆର ଦ୍ୱିତୀୟ ସବୁଠାରୁ ବଡ଼ ବଜାର । ଏହା ଆମେରିକା ଏବଂ ବ୍ରାଜିଲଠାରୁ ୩.୫ ଗୁଣା ବଡ଼ । ଆର୍ଥକ ବର୍ଷ ୨୪ରେ ୨.୩ କୋଟି ନୂଆ ଗେମର୍ସଙ୍କୁ ଯୋଡ଼ି ଭାରତୀୟ ଗେମିଂ ବଜାର ୫୯ କୋଟି ଗେମର୍ସଙ୍କ ସଂଖ୍ୟା ଛୁଇଁଛି । FY ୨୪ରେ ୮୦ ଲକ୍ଷ ନୂଆ ପେଡ୍ ୟୁଜର୍ସ ଯୋଡ଼ି ହେବା ପରେ ମୋଟ ପେଡ୍ ୟୁଜର୍ସଙ୍କ ସଂଖ୍ୟା ୧୪.୮ କୋଟି ହୋଇଛି । ଭାରତରେ ଗେମର୍ସ ସପ୍ତାହରେ ହାରାହାରି ୧୦ରୁ ୧୩ ଘଣ୍ଟା ସମୟ ଦେଉଛନ୍ତି ।

You might also like