ନାସାର ମଙ୍ଗଳ ଅଭିଯାନରେ ସାମିଲ ହେବେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଭାରତୀୟ ମହାକାଶଚାରୀ ଶୁଭ୍ରାଂଶୁ ଶୁକ୍ଳା ମେ’ ମାସରେ ସ୍ପେସ୍ ଷ୍ଟେଶନ ଯିବେ। କୌଣସି ଭାରତୀୟ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ଯିବା ଏହା ପ୍ରଥମ ଘଟଣା। ଆକ୍ସିଅମ୍ ମିଶନ ମାଧ୍ୟମରେ ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ଆସନ୍ତା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନକୁ ଯିବେ । ଯାହା ଫଳରେ ୪୦ ବର୍ଷ ପରେ ଭାରତର ଏହି ସ୍ବପ୍ନ ପୂରଣ ହେବ ।ଭାରତୀୟ ବାୟୁସେନା ଗ୍ରୁପର କ୍ୟାପଟେନ ଶୁଭାଂଶୁ ଶୁକ୍ଳା ମେ ମାସରେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ ଯାତ୍ରା କରିବେ ।
ମହାକାଶ ଯାତ୍ରାରେ ଭାରତ ଏକ ନୂଆ ଅଧ୍ୟାୟ ଲେଖିବାକୁ ଯାଉଥିବା କେନ୍ଦ୍ର ମହାକାଶ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ଗ୍ରୁପ୍ କ୍ୟାପ୍ଟେନ୍ ଶୁକ୍ଳା ଗତ ୮ ମାସ ହେଲା ନାସା ଏବଂ ଘରୋଇ କମ୍ପାନୀ ଆକ୍ସିଅମ୍ ସ୍ପେସ୍ରେ ପ୍ରଶିକ୍ଷଣ ନେଉଥିଲେ। ଆମେରିକାର ଫ୍ଲୋରିଡାସ୍ଥିତ କେନେଡି ସ୍ପେସ୍ ସେଣ୍ଟରରୁ ସ୍ପେସ୍ଏକ୍ସ କ୍ରିଉ ଡ୍ରାଗନ୍ କ୍ୟାପ୍ସୁଲ୍ରେ ବ୍ୟବସାୟିକ ମିଶନରେ ଶୁକ୍ଳା ଯିବା ପାଇଁ ଭାରତ ୬୦ ନିୟୁତ ଡଲାର ପୈଠ କରିଛି।ଏହି ମିଶନ ୧୪ ଦିନ ଧରି ଚାଲୁ ରହିବ । ଏହି ମିଶନ ପ୍ରକ୍ରିୟାକୁ ବୈଜ୍ଞାନିକ ପଦ୍ଧତିରେ ପରୀକ୍ଷଣ କରାଯିବ । ସ୍ପେସଏକ୍ସ ଡ୍ରାଗନ କ୍ୟାପସୁଲରେ ମହାକାଶକୁ ଯାତ୍ରା କରିବେ । ଏହାର ଉତକ୍ଷେପଣ ଆମରିକାର ନାସାରୁ କରାଯିବ । ଏହି ଯାନର ସମସ୍ତ ପ୍ରସ୍ତୁତି ପରେ ଉତକ୍ଷେପଣର ତାରିଖ ଧାର୍ଯ୍ୟ କରାଯିବ ।
ସେ ପ୍ରଥମ ଭାରତୀୟ ଯିଏକି ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ ଯିବେ । ଶୁଭାଂଶୁଙ୍କ ଜନ୍ମ ୧୯୮୫ ମସିହା ଅକ୍ଟୋବର ୧୦ ତାରିଖରେ ଉତ୍ତର ପ୍ରଦେଶ ଲକ୍ଷ୍ନୌରେ ହୋଇଥିଲା । ଜୁନ ୨୦୦୬ ରେ ଭାରତୀୟ ବାୟୁ ସେନାରେ ଫାଇଟର ପାଇଲଟ ଭାବରେ ସେ ଯୋଗଦାନ କରିଥିଲେ । ମାର୍ଚ୍ଚ ୨୦୨୪ ରେ ତାଙ୍କୁ ଗ୍ରୁପ କ୍ୟାପ୍ଟେନ ଦାୟିତ୍ବ ଦିଆଯାଇଥିଲା । ସେ Su-30 MKI, MiG-21, MiG-29, Jaguar, Hawk, Dornier ଓ An-32 ଭଳି ଅନେକ ବିମାନ ଚଲାଇଥିବା ବେଳେ ତାଙ୍କ ନିକଟରେ ୨୦୦୦ ଘଣ୍ଟାରୁ ଅଧିକ ସମୟ ଧରି ଉଡ଼ାଣ ଅଭିଜ୍ଞତା ରହିଛି । ଖାଲି ସେତିକି ନୁହେଁ ଭାରତର ପ୍ରଥମ ମାନବ ମିଶନ ‘ଗଗନ ଯାନ’ ଲାଗି ମଧ୍ୟ ତାଙ୍କୁ ମହାକାଶଚାରୀ ଭାବେ ଚୟନ କରାଯାଇଛି ।
