ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ ।
ଫେବୃୟାରୀ ୨୧ ଅର୍ଥାତ୍ ଆଜି ହେଉଛି ଅନ୍ତର୍ଜାତୀୟ ମାତୃଭାଷା ଦିବସ । ବିଶ୍ୱରେ ଭାଷା ଏବଂ ସଂସ୍କୃତିର ବିବିଧତାକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି । ଗତ ୨୦୦୦ ମସିହାରେ ଜାତିସଂଘ ଅନ୍ତର୍ଜାତୀୟ ମାତୃଭାଷା ଦିବସ ପାଳନ କରିବାକୁ ଘୋଷଣା କରିଥିଲା ।
ଭାଷା ଆମ ସଂସ୍କୃତିର ରକ୍ଷକ । ଭାଷା ଦିବସ ପାଳନ କରାଯିବା ଦ୍ୱାରା ଭାଷାଗତ ବିବିଧତା ଓ ବହୁ ଭାଷୀ ଶିକ୍ଷାକୁ ସଶକ୍ତ କରିବା ସହ ଭାଷାଗତ ତଥା ସାଂସ୍କୃତିକ ପରମ୍ପରା ପ୍ରତି ସଚେତନତା ସୃଷ୍ଟି କରାଯାଇପାରୁଛି । ସ୍କୁଲ୍ ଗୁଡିକରେ ପିଲାମାନଙ୍କୁ ମାତୃଭାଷାରେ କହିବା ଓ ଲେଖିବାକୁ କୁହାଯାଏ । ‘ବିବିଧତା ମଧ୍ୟରେ ଏକତା’ ସିଦ୍ଧାନ୍ତକୁ ନେଇ ଭାରତ ବିଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି । ଏହାର ସମୃଦ୍ଧ ସାଂସ୍କୃତିକ ପରିବେଶ କ୍ଷେତ୍ରରେ ଭାଷାର ଭୂମିକା ରହିଛି । ଏଣୁ ଭାରତରେ ଏହି ଦିବସ ପାଳନ କରାଯିବାର ଢେର ଗୁରୁତ୍ୱ ଅଛି ।ଓଡ଼ିଆ ଭାଷା ଆମ ସାହିତ୍ଯ, ସଂସ୍କୃତି, ଅସ୍ମିତାର ଅନନ୍ୟ ପରିଚୟ। ଭାରତୀୟ ଶାସ୍ତ୍ରୀୟ ଭାଷା ମଧ୍ୟରେ ଓଡ଼ିଆ ଭାଷାର ରହିଛି ସ୍ୱତନ୍ତ୍ରତା। ଆମ ଭାଷାର ସୁରକ୍ଷା ସହ ଏହାର ଗରିମା ଅକ୍ଷୁର୍ଣ୍ଣ ରଖିବାରେ ଆମ ସାରସ୍ଵତ ସାଧକମାନଙ୍କ ଅବଦାନ ଅତୁଳନୀୟ।
