ନରି ପଣ୍ଡାଙ୍କୁ ଆକ୍ରମଣ, ଏତଲା ଆଧାରରେ ତଦନ୍ତ ଆରମ୍ଭ 

ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯାତ୍ରା କଳାକାର ତଥା ହାସ୍ୟ ଅଭିନେତା ନରି ପଣ୍ଡା କରିଛନ୍ତି ଲିଖିତ ଅଭିଯୋଗ । ନରିଙ୍କ ଅଭିଯୋଗ ପରେ ବାଲିଚନ୍ଦ୍ରପୁର ସ୍ଥିତ ଢ଼ାବା ଓ ତୁଳସୀ ମାଲିକ ଅନନ୍ତ ନାରାୟଣ ଧଳଙ୍କ ଅଫିସରେ ପହଞ୍ଚିଛି ବାଲିଚନ୍ଦ୍ରପୁର ପୋଲିସ । ବାଲିଚନ୍ଦ୍ରପୁର ଥାନା ଅଧିକାରୀ ସଂପୃକ୍ତ ଢ଼ାବାରେ ଲାଗିଥିବା ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରୁଛନ୍ତି । ଯେଉଁ ସିସି ଟିଭି ଫୁଟେଜ ଯାଞ୍ଚ କରିବା ପାଇଁ ନରି ପଣ୍ଡା ଦାବି କରିଥିଲେ ଉକ୍ତ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି ପୋଲିସ । ନରି ପଣ୍ଡାଙ୍କ ପେ ସ୍ଲିପ୍ ସହ ଏଗ୍ରୀମେଣ୍ଟ ପେପରକୁ ତନଖି କରୁଛନ୍ତି ।

ଏହା ସହ ଢ଼ାବାର କର୍ମଚାରୀକୁ ଡାକି ବୟାନ ରେକର୍ଡ କରୁଛି ପୋଲିସ ।ମାଲିକ ଅନନ୍ତ ନାରାୟଣଙ୍କ ବିରୋଧରେ ବାଲିଚନ୍ଦ୍ରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ହାସ୍ୟ ଅଭିନେତା ନରି ପଣ୍ଡା । ଯାତ୍ରା ମାଲିକ ତାଙ୍କୁ ପୂର୍ବରୁ ମାଡ ମାରିଥିବା ଏବଂ ତାଙ୍କ ପତ୍ନୀଙ୍କୁ ଫୋନରେ ଖରାପ ବ୍ୟବହାର କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ ।ଏ ଘଟଣାକୁ ତୁଳସୀ ମାଲିକ ପୂର୍ବରୁ ଖଣ୍ଡନ କରିସାରିଛନ୍ତି । ଅଭିଯୋଗ ପରେ ସମସ୍ତ ତଥ୍ୟ ସହ ସିସିଟିଭି ଫୁଟେଜକୁ ପୋଲିସ ଯାଞ୍ଚ କରୁଛି । ଏ ନେଇ ତୁଳସୀ ଗଣନାଟ୍ୟ ମାଲିକଙ୍କ ଅଫିସ୍‌ରେ ମାଲିକଙ୍କୁ ସେଦିନ ଘଟଣା ବିଷୟରେ ଅଧିକ ପଚରଉଚରା କରିଛି । ଏଗ୍ରିମେଣ୍ଟ ପେପର ଯାଞ୍ଚ କରିବା ସହ ଢ଼ାବାର ଅନ୍ୟ କର୍ମଚାରୀଙ୍କୁ ମଧ୍ୟ ପୋଲିସ ପଚରାଉଚରା କରିଛି ।

You might also like