iPhone 17 ଲଞ୍ଚ, କିଣିବାକୁ ଆପଲ୍ ଷ୍ଟୋରରେ ଗ୍ରାହକଙ୍କ ଗହଳି
ଆଇ ଫୋନ୍ କଲା କମିଆ । ରାତି ଅଧରୁ ଲମ୍ବା ଲାଇନ ଲଗାଇଛନ୍ତି ଗ୍ରାହକ ।ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଯେତେବେଳେ ଆଇଫୋନ୍-୧୭ ଲଞ୍ଚ ହୋଇଛି ଆଉ ଭାରତରେ ଏହାର ପ୍ରଥମ ବିକ୍ରି ଆରମ୍ଭ ହୋଇଛି ଠିକ୍ ସେତେବେଳେ ଭାରତରେ ଦେଖିବାକୁ ମିଳିଛି ଉତ୍ସାହ । ଆଇଫୋନ ପ୍ରେମରେ ପଡିଥିବା ଯୁବପିଢିଙ୍କ ଭିତରେ ମୋବାଇଲକୁ ନେଇ ଏତେ କ୍ରେଜ ଦେଖିବାକୁ ମିଳିଥଛି କି ସେମାନେ ଆଇଫୋନ୍-୧୭ କିଣିବାକୁ ଗତ ରାତିରୁ ମଲ ଆଗରେ ଲମ୍ବା ଲାଇନ ଲଗାଇ ଥିବା ଦେଖିବାକୁ ମିଳିଛି ।କିଛି ଗ୍ରାହକ ଫୋନ୍ କିଣି ସାରିବାପରେ ବେଶ୍ ଖୁସି ଥିବା ଦେଖିବାକୁ ମିଳିଛି ।
ଅମାନ ମେମନ୍ କହିଛନ୍ତି, ”iPhone 17 ପାଇଁ ମୁଁ ବହୁତ ଉତ୍ସାହିତ ଅଛି । ଏଥରେ ଆପଲ୍ ନୂଆ ଡିଜାଇନ ଆଣିଛି । ଏହାର ଫିଚର ଏ୧୯ ବାୟୋନିକ୍ ଚିପ୍ ଯାହା ଗେମ୍ ପାଇଁ ଭଲ ଅନୁଭବ ଦେବ । ୬ ମାସ ହେବ ଆପଲ୍ ଏହି ମଡେଲକୁ ଅପେକ୍ଷା କରିଥିଲି । ଏଥର କମଳା ରଙ୍ଗର ଆଇ ଫୋନ୍ ଆସିଛି । ଯାହାକୁ ପାଇ ମୁଁ ବହୁତ ଖୁସି ।”ଦିଲ୍ଲୀ ଏବଂ ମୁମ୍ବାଇ ମଲରେ ଏଭଳି ଲମ୍ବା ଧାଡ଼ି ଗତ ରାତିରୁ ଦେଖିବାକୁ ମିଳିଥିବା ବେଳେ ଏଥିରୁ ହିଁ ଅନୁମାନ କରି ହେଉଛି କି ଯୁବପିଢିଙ୍କ ମଧ୍ୟରେ ଆଇଫୋନ୍-୧୭କୁ ନେଇ କେତେ ଆଗ୍ରହ ରହିଛି ।ଆପଲ୍ ଭାରତରେ ତାର iPhone 17 ସିରିଜ୍ ଲଞ୍ଚ କରିଛି । ୮୨,୯୦୦ ଟଙ୍କାରୁ ୨,୨୯,୯୦୦ ଟଙ୍କା ମୂଲ୍ୟ ରହିଛି । ଭାରତରେ iPhone 17 ପାଇଁ ପ୍ରି-ବୁକ୍ କରିଥିବା ଗ୍ରାହକମାନଙ୍କ ପାଇଁ ସେପ୍ଟେମ୍ବର ୧୯ ତାରିଖରୁ ଆର୍ଥାତ ଆଜିଠୁ ଉପଲବ୍ଧ ହୋଇଛି । ଏହାକୁ ନେଇ ଆଇ ଫୋନ୍ ପ୍ରେମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି ।
