ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ

ବାତିଲ ଟ୍ରେନ୍‌ ଛଡ଼ା ଅନ୍ୟ ଟ୍ରେନ୍‌ ସମୟ ଅନୁସାରେ ଗଡ଼ିବ ବୋଲି ପୂର୍ବତଟ ରେଲଓ୍ବେ ପକ୍ଷରୁ ଶୁକ୍ରବାର ସୂଚନା ଜାରି ହୋଇଛି। ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିବ । ବିଶାଖାପାଟଣା ପଟୁ ଭୁବନେଶ୍ବର ଓ ହାୱଡ଼ା ଆଡ଼କୁ ଆସୁଥିବା ଡାଉନ ଟ୍ରେନ୍ ଚଳାଚଳ ଆରମ୍ଭ କରିଛି । ଅପରାହ୍ଣ ପ୍ରାୟ ୨ଟା ସମୟରେ ଖଡ଼ଗପୁର ପଟୁ ଆସୁଥିବା ଅପ୍ ଟ୍ରେନ ଭଦ୍ରକରେ ପହଞ୍ଚିବ।ଏହା ବ୍ୟତୀତ ପୂର୍ବତଟ ରେଳପଥ ମୁଖ୍ୟାଳୟ, ସମ୍ବଲପୁର ଡିଭିଜନ୍‌, ଖୋର୍ଦ୍ଧାରୋଡ୍‌ ଡିଭିଜନ୍‌, ଚକ୍ରଧରପୁର, ୱାଲଟିୟର୍‌ ଓ ଖଡ଼ଗପୁର ଡିଭିଜନରେ ମଧ୍ୟ ୱାରରୁମ୍‌ ଖୋଲିଛି । ତୁରନ୍ତ ଟ୍ରାକ୍‌ ମରାମତି, ସିଗନାଲ୍‌ ଓ ବିଦ୍ୟୁତ ବ୍ୟବସ୍ଥା ସଜାଡିବା ପାଇଁ ପ୍ରସ୍ତୁତି ସରିଛି । ଟ୍ରଲି, କୋଚ୍‌ ଓ ଟାୱାର ୱାଗନ୍‌ ସମେତ ବିଭିନ୍ନ ଯନ୍ତ୍ରପାତି ପ୍ରସ୍ତୁତ ହୋଇ ରହିଛି ବୋଲି ମହାପ୍ରବନ୍ଧକ କହିଛନ୍ତି । ପ୍ରଥମେ ଆସିବ ହାୱଡ଼ା-ବାଙ୍ଗାଲୋର ଦୂରନ୍ତ ଏକ୍ସପ୍ରେସ । ସେହିପରି ବାତିଲ ହୋଇଥିବା ଟ୍ରେନକୁ ଛାଡ଼ି ମଧ୍ୟାହ୍ନ ୧୨ଟା ପରେ ଗଡ଼ିବ ଭୁବନେଶ୍ବର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍।