IS ଟାର୍ଗେଟରେ ଶିବରାଜ ଚୌହାନ, ବଢିଲା ସୁରକ୍ଷା
ବଢ଼ିଲା କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ସୁରକ୍ଷା । ଗୃହ ମନ୍ତ୍ରଣାଳୟର ସୂଚନା ପରେ ଏହି ନିଷ୍ପତ୍ତି ନିଆଯାଇଛି । କେନ୍ଦ୍ର ଗୃହ ମନ୍ତ୍ରଣାଳୟ ମଧ୍ୟପ୍ରଦେଶ ଡିଜିପିଙ୍କୁ ଏକ ଚିଠି ପଠାଇ କହିଛି ଯେ ଶିବରାଜ ସିଂହ ଚୌହାନ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇର ଟାର୍ଗେଟରେ ଅଛନ୍ତି ।ଭୋପାଳର ୭୪ ବଙ୍ଗଳାରେ ଶିବରାଜଙ୍କ ବି-୮ ବାସଭବନ ଚାରିପାଖରେ ପୋଲିସ ଅତିରିକ୍ତ ବ୍ୟାରିକେଡ ନିର୍ମାଣ କରିଛି। ଦିଲ୍ଲୀରେ ତାଙ୍କ ସରକାରୀ ବାସଭବନରେ ମଧ୍ୟ ସୁରକ୍ଷା ବୃଦ୍ଧି କରାଯାଇଛି। ଶିବରାଜଙ୍କ ପ୍ରତି ଆଇଏସଆଇ ଆଗ୍ରହ ଦେଖାଇବା ସମ୍ପର୍କରେ ସୂଚନା ମିଳିଛି। ତାଙ୍କର ପୂର୍ବରୁ Z+ ସୁରକ୍ଷା ଥିଲା, କିନ୍ତୁ ଏହି ସୁରକ୍ଷାକୁ ବର୍ତ୍ତମାନ ଆହୁରି ବୃଦ୍ଧି କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ସମ୍ପୃକ୍ତ ଏଜେନ୍ସି ଏବଂ ମଧ୍ୟପ୍ରଦେଶ ଡିଜିପିଙ୍କୁ ଶିବରାଜ ସିଂଙ୍କ ସୁରକ୍ଷାରେ କୌଣସି ତ୍ରୁଟି ଯେମିତି କିଛି ନରୁହେ ତାହା ସ୍ପଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଧ୍ୟ ପ୍ରଦେଶର ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ ହାଇ ଆଲର୍ଟ ରହିବାକୁ କୁହାଯାଇଛି । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର କମିଶନର (ସୁରକ୍ଷା)ଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
