ଏଥର ରାଜାଙ୍କ ଲିଙ୍କରେ ଥିବା ବଡ଼ବଡ଼ିଆଙ୍କ ପାଳି-ଆଇନମନ୍ତ୍ରୀ

ବିଜେଡି ନେତା ରାଜା ଚକ୍ର ଗିରଫ ହେବା ମାମଲାରେ ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଏକ ବଡ଼ ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରାଜାଙ୍କ ଲିଙ୍କ୍‌ରେ ଅନେକ ବଡ଼ବଡ଼ିଆଙ୍କ ସଂପୃକ୍ତି ରହିଛି। ଆଇନ ଅନୁଯାୟୀ କାହାକୁ ଛଡ଼ାଯିବନି, ସମସ୍ତେ ବନ୍ଧା ହେବେ।ସେ ଆହୁରି କହିଛନ୍ତି, ରାଜା ଚକ୍ରର କିଛି ମାଲିକ ବି ଥିଲେ । ତେଣୁ ଯେଉଁ ମାଲିକ ଓ ସହାୟକ ମାନେ ଥିଲେ, ସେମାନେ ବି ଧିରେ ଧିରେ ତଦନ୍ତ ପରିସରଭୁକ୍ତ ହେବେ । ଯାହାଦ୍ବାରା ଆହୁରି ଅନେକ ଗୁମର ସାମ୍ନାକୁ ଆସିବ । ଯେଉଁ ବଡ଼ ଭ୍ରଷ୍ଟାଚାର ହୋଇଛି, ତାହା ଉପରୁ ବି ପରଦା ହଟିବ । ବଦ୍ରି ପାତ୍ର ବହୁତ କଥା କହିଛନ୍ତି । କିନ୍ତୁ ଯେଉଁମାନେ ବି ରାଜା ଚକ୍ରକୁ ନିର୍ଦ୍ଦେଶ ଦେଉଥିଲେ ସହାୟକ ଥିଲେ, ସେମାନେ ତଦନ୍ତ ପରିସରକୁ ଆସିବେ ।

You might also like