ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାଙ୍କୁ ‘ଯାଦୁପେଡି’
ଶିକ୍ଷାକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଛାତ୍ରଛାତ୍ରୀଙ୍କୁ ଦିଆଯିବ ଯାଦୁପେଡ଼ି ।। ଶିଶୁ ବାଟିକା, ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀ ପିଲାମାନଙ୍କ ଶିକ୍ଷା ପାଇଁ ଦିଆଯିବ ‘ଯାଦୁପେଡି’ । NCERT ଦ୍ୱାରା ପ୍ରସ୍ତୁତ ଏହି କିଟ୍କୁ ରାଜ୍ୟର ୪୫ ହଜାର ସ୍କୁଲକୁ ଦିଆଯିବ । ଏଥିପାଇଁ ଖର୍ଚ୍ଚ ହେବ ୯୦ କୋଟି । ପିଲାଙ୍କୁ ପାଠପ୍ରତି ଆକୃଷ୍ଟ କରିବା ପାଇଁ ଏହା ଖୁବ ଉପଯୋଗୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଲୋକସେବା ଭବନରେ ‘ଯାଦୁପେଡି’ ଦେଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଏହି ପେଡି ଭିତରେ ଥିବା ସାମଗ୍ରୀ ଦେଖି ଖୁସି ବ୍ୟକ୍ତ କରି କହିଥିଲେ । ଛୋଟ ଛୋଟ ପିଲାମାନେ ନିଜ ପାରିପାର୍ଶ୍ଵିକ ଅଂଚଳରେ ବ୍ୟବହାର୍ଯ୍ୟ ସାମଗ୍ରୀ ଓ ଏହାର ଉପଯୋଗୀତା ବିଷୟରେ ଏହି ଯାଦୁପେଡିରେ ଥିବା ଖେଳନାରୁ ଶିଖି ପାରିବେ। ଶିଶୁ ମାନଙ୍କୁ ଏହି ଯାଦୁପେଡ଼ିର ଖେଳନା ଗୁଡିକ ଶିଖିବା ସହିତ ପାଠ ପ୍ରତି ମଧ୍ୟ ଆକର୍ଷିତ କରିବ।
