ଭାବାବେଗ ସହ ଖେଳିବା ଉଚିତ ନୁହେଁ -ଜଗତଗୁରୁ ଶଙ୍କରାଚାର୍ଯ୍ୟ
ଦୀଘା ଜଗନ୍ନାଥ ମନ୍ଦିର ବିବାଦ ପ୍ରସଙ୍ଗ ନେଇ ମୁହଁ ଖୋଲିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ । ପୁରୀ ଶଙ୍କରାଚାର୍ଯ୍ୟ ମଠର ପୀଠାଧିଶ ଜଗତଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ କହିଛନ୍ତି, ପୂର୍ବରୁ ଏଭଳି ଚକ୍ରାନ୍ତ ହୋଇଥିଲା କିନ୍ତୁ ଏହାକୁ ମୁଁ ସମ୍ପୂର୍ଣ୍ଣ ବାରଣ କରିଥିଲି ।ଏହାସହ ଦୀଘା ମନ୍ଦିର ପ୍ରତିଷ୍ଠାର ମୁଖ୍ୟ କାରଣ ହେଉଛି ଅର୍ଥ ପ୍ରଲୋଭନ ।
ପୁରୀ ପର୍ଯ୍ୟଟନକୁ ପ୍ରଭାବିତ କରିବା ପାଇଁ ଦୀଘାରେ ମନ୍ଦିର ପ୍ରତିଷ୍ଠା ହୋଇଥିବା କହିଛନ୍ତି ଜଗତଗୁରୁ । ମହାପ୍ରଭୁଙ୍କୁ ସର୍ବପ୍ରଥମେ ବ୍ରହ୍ମା ପ୍ରତିଷ୍ଠା କରିଥିଲେ । ଭାବାବେଗ ସହ ଖେଳ ଖେଳିବା ଉଚିତ ନୁହେଁ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି ।ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାରରେ ଅଛନ୍ତି । ପୁରୀ ପଣ୍ଡା ଏବଂ ଦୋକାନୀ ମାନଙ୍କ ଆମଦାନୀ ପଶ୍ଚିମବଙ୍ଗରୁ ହିଁ ହେଉଛି । ଏଣୁ ସେ ଚାଲାକର ସହିତ ସେଠାରେ ମନ୍ଦିର ସ୍ଥାପିତ କରିଛନ୍ତି ।
