ପହଲଗାମ ଆକ୍ରମଣ ପରେ ବନ୍ଦ ହେଲା ୪୮ ରିସୋର୍ଟ ଏବଂ ପର୍ଯ୍ୟଟକ ସ୍ଥଳ
ଜମ୍ମୁକଶ୍ମୀରରେ ପୁଣି ଆତଙ୍କବାଦୀ ଆକ୍ରମଣ ଆଶଙ୍କା । ଗୁଇନ୍ଦା ସଂସ୍ଥାଗୁଡ଼ିକର ଚେତାବନୀ ପରେ ୪୮ଟି ରିସୋର୍ଟ ଓ ପର୍ଯ୍ୟଟନସ୍ଥଳୀ ବନ୍ଦ କରିଦିଆଯାଇଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ସୁରକ୍ଷା ଦୃଷ୍ଟିରୁ ଜମ୍ମୁକଶ୍ମୀର ସରକାର ଏହି ପଦକ୍ଷେପ ନେଇଛନ୍ତି ।ଅନ୍ୟ ସ୍ଥାନଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରାଯାଇଛି। ସରକାର ବନ୍ଦ କରିଥିବା ପର୍ଯ୍ୟଟନସ୍ଥଳଗୁଡ଼ିକ ମଧ୍ୟରେ ୟୁସମାର୍ଗ, ଟଉସ ମଇଦାନ, ଦୁଦ୍ଧପଥରୀ, ଆହାରବଲ, କୌସରନାଗ, ବାଙ୍ଗୁସ, କାରିଓ୍ବାନ, ବାଙ୍ଗୁସ ଭ୍ୟାଲି, ଓ୍ବତଲାବ, ରାମପୋରା, ରାଜପୁରା, ଚିରହାର ଆଦି ପ୍ରମୁଖ ରହିଛି।ସୂଚନାଯୋଗ୍ୟ, ୨୨ ଏପ୍ରିଲରେ, ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥି ଲେ। ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏହି ଆକ୍ରମଣ ପରେ ଜମ୍ମୁ-କଶ୍ମୀରରୁ ବହୁ ସଂଖ୍ୟକ ପର୍ଯ୍ୟଟକ ବୁକିଂ କ୍ୟାନସଲ କରି ଫେରି ଯାଇଥିଲେ । ତେବେ ଘଟଣାକୁ କିଛିଦିନ ବିତିବା ପରେ ପର୍ଯ୍ୟଟକମାନେ ଧୀରେ ଧୀରେ ପହଲଗାମ ସମେତ ଅନ୍ୟାନ୍ୟ ସ୍ଥାନକୁ ଫେରୁଥିଲେ । ପହଲଗାମରେ ମଧ୍ୟ ପୂର୍ବଭଳି ପର୍ଯ୍ୟଟକଙ୍କ ଗହଳିଚହଳି ନାହିଁ ।
