ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ ତେବେ ଏତେ ଗର୍ବ କଣ ପାଇଁ??

ଜନ୍ମ ହେଲେ ମୃତ୍ୟୁ ନିଶ୍ଚିତ -ବାର୍ଦ୍ଧକ୍ୟ ରେ ମୃତ୍ୟ ହେଲେ ଏହା ସାଧାରଣ ମୃତ୍ୟ ବୋଲି ଆମେ ଧରିଥାଉ ।କିନ୍ତୁ ଯେଉଁଠି ଆକସ୍ମିକ ମୃତ୍ୟ ଘଟେ ଆମେ ତାକୁ ସହଜରେ ଗ୍ରହଣ କରିପାରୁନି ।କୌଣସି ଗଛରେ ଫୁଲ ହେଉ ଅବା ଫଳ ପରିପକ୍ୱତା ନ ହେଲେ ତାହାର ସୌନ୍ଦର୍ଯ୍ୟ ସ୍ୱାଦ ଠିକ ଭାବରେ ଜଣାପଡେ ନାହିଁ ।

ଜଣେ ରୋଗ ଶଯ୍ୟାରେ ପଡିଛି ତାହାର ଯଦି ମୃତ୍ୟ ହୋଇ ଯାଉଛି ପରିବାରର ଲୋକ ଏତେ ବ୍ୟତୀ ଵ୍ୟସ୍ତ ହୁଅନ୍ତି ନାହିଁ ଯେମିତିକି ଆକସ୍ମିକ ମୃତ୍ୟରେ ହୁଅନ୍ତି ।ଘଣ୍ଟାଏ ପୂର୍ବରୁ ଯେଉଁଲୋକ ଙ୍କ ସହିତ କଥାବାର୍ତ୍ତା ହେଇଥିବ ସେହି ଲୋକର ଯଦି ମୃତ୍ୟ ଖବର ଆମେ ଶୁଣନ୍ତି ହଠାତ ବିଶ୍ୱାସ ଆସେ ନାହିଁ ।

ମୃତ୍ୟୁ ଗୋଟିଏ ଅନିର୍ବାର୍ଯ୍ୟ ଶବ୍ଦ ଏହା ସମସ୍ତଂକର ଜୀବନରେ ଆସିବ ହିଁ ଆସିବ ତାକୁ ସାମନା କରିବା ସମସ୍ତଂକର କର୍ତବ୍ୟ ।ସବୁ ଦେବା ଦେବୀଙ୍କ ଆଶୀର୍ବାଦ ପାଇଁ ମଣିଷ ମନ୍ଦିର ଯାଉଥିଲା ବେଳେ ଯମ ଦେବତା ମଣିଷ ପାଖକୁ ଆସେ ନେବାପାଇଁ ଏହା ଗୋଟିଏ ଆଶ୍ଚର୍ଯ୍ୟର ବିଷୟ ନୁହେଂକି ? କେବଳ ଯଶ କୀର୍ତି କୁ ଅମର ରଖିବା ପାଇଁ ଆମେ ବିଭିନ୍ନ ଦାନ ଧ୍ୟାନ ପରୋପକାର ସମାଜ ସେବା କରିଥାଉ ସତ ହେଲେ ମୃତ୍ୟ ଅନିର୍ବାର୍ଯ୍ୟ ।

ପୁରାଣରେ ବି ବହୁତ ଦେବ ଦାନବ ଭଗବାନଙ୍କୁ ସନ୍ତୁଷ୍ଠ କରି ଅମର ବର ପ୍ରଦାନ ପାଇଁ ବର ମାଗିଛନ୍ତି ଏଥିରେ ସେମାନେ ବି ଅସଫଳ ହୋଇଛନ୍ତି ।ଭାଗବତରେ କୁହାଗଲା ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ମରଇ ।ଅର୍ଥାତ ଏଠି ଆମ ଦେବତାଙ୍କର ବି ମୃତ୍ୟ ହୁଏ ।ଯାହା ଆମେ ନବ କଳେବର ବୋଲି କୁହନ୍ତି ।କାଲି କେହି ଦେଖିନାହିଁ ଆଜିହିଁ ପ୍ରକୃଷ୍ଟ ସମୟ ଭବିଷ୍ୟତ କୁ ନେଇ ବଂଚିବା ଅପେକ୍ଷା ବର୍ତ୍ତମାନ କୁ ନେଇ ବଂଚିବା ଶ୍ରେୟସ୍କର । ଲେଖା: ଉଦୟ ମିଶ୍ର ,

You might also like