ୟନାରାୟଣଙ୍କ ବିସ୍ଫୋରକ ବୟାନ୍‌: ଖୁବ୍‌ଶୀଘ୍ର ବିଜେଡି ଭାଙ୍ଗି ଛିନ୍‌ଛତ୍ର ହୋଇଯିବ

୨୦୨୯ ବେଳକୁ ଆଉ ବିଜେଡି ନଥିବ। ଖୁବ୍ ଶୀଘ୍ର ଛିନଛତ୍ର ହୋଇ ଭାଙ୍ଗିଯିବ ବିଜେଡି। ବିଜେପି ସହ ଯୋଗାଯୋଗରେ ଅଛନ୍ତି ବିଜେଡିର ବହୁ ନେତା। ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଆଜି ଗଣମାଧ୍ୟମକୁ ଏହି ବଡ଼ ବୟାନ ଦେଇଛନ୍ତି । ଆଗକୁ ଓଡ଼ିଶାରେ କେବଳ ୨ଟି ଦଳ ରହିବ ବୋଲି କହିଛନ୍ତି ସମ୍ବଲପୁରର ବିଧାୟକ । ଗୋଷ୍ଠୀକନ୍ଦଳ ହୋଇ ବିଜେଡି ଦଳ ଭାଙ୍ଗିଯିବା ପରେ ନେତାମାନେ ବିଜେପିରେ ଯୋଗ ଦେବେ ବୋଲି ଜୟନାରାୟଣ କହିଛନ୍ତି । ବିଜେଡି ପାଖରେ ଆଉ ନେତୃତ୍ୱ ନାହିଁ। ନେତାଙ୍କୁ ଚାକର ଭଳି ରଖିଥିଲେ, ଏବେ ରିଭେଂଜ ମୁଡ୍‌କୁ ଆସିଯାଇଛନ୍ତି। ନେତାମାନେ ଦଜରି ପକାଇବା, ଟେଣ୍ଟ ଗାତ ଖୋଳିବା, ଚେୟାର ବୋହିଲେ ଭଳି କାର୍ଯ୍ୟ କରିଛନ୍ତି ବୋଲି ଜୟନାରାୟଣ କହିଛନ୍ତି। ପୂର୍ବରୁ ରାଜ୍ୟ ସଭାପତି ମନମୋହନ ସାମଲ ମଧ୍ୟ ସମାନ କଥା କହିଥିଲେ। ବିଜେଡି ଖାଲି ହୋଇଯିବ ବୋଲି ମନମୋହନ କହିଥିଲେ।