୨୬ରେ ଜିଓସାଉଣ୍ଡପେ (JioSoundPay)ର ଶୁଭାରମ୍ଭ

ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ ନିଜର ବଜେଟ୍ ଫୋନ୍ ଜିଓ ଭାରତରେ ଏକ ନୂତନ ମାଗଣା ସେବା ଆରମ୍ଭ କରିଛି। ଜିଓସାଉଣ୍ଡପେ (JioSoundPay) ଗଣତନ୍ତ୍ର ଦିବସରେ ସେବା ଆରମ୍ଭ କରିବ । ଜିଓ ସାଉଣ୍ଡ ପେ’ରୁ ବିନା କୌଣସି ସାଉଣ୍ଡ ବକ୍ସରେ ୟୁପିଆଇ ପେମେଣ୍ଟ ଆଲର୍ଟ ମିଳିବ। ଭାରତର ଯେକୌଣସି ମୋବାଇଲ୍‌ ଫୋନରେ ଏହା ଏହିଭଳି ପ୍ରଥମ ବୈଶିଷ୍ଟ୍ୟ ବା ଫିଚର ହେବ।

ଦେଶର ପାଞ୍ଚ କୋଟିରୁ ଅଧିକ କ୍ଷୁଦ୍ର ଉଦ୍ୟୋଗୀ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ଏଥିରୁ ପ୍ରତ୍ୟକ୍ଷ ଲାଭ ପାଇବେ।ବିଦ୍ୟମାନ ଛୋଟ ଏବଂ କ୍ଷୁଦ୍ର ବ୍ୟବସାୟୀମାନେ ସାଉଣ୍ଡ ବକ୍ସ ପାଇଁ ମାସକୁ ପ୍ରାୟ ୧୨୫ ଟଙ୍କା ଦିଅନ୍ତି । ବର୍ତ୍ତମାନ, ଏହି ସେବା ଜିଓସାଉଣ୍ଡପେରେ ମାଗଣାରେ ଉପଲବ୍ଧ ହେବ, ଫଳରେ ଜିଓ ଭାରତ ଫୋନ ବ୍ୟବହାରକାରୀମାନେ ବାର୍ଷିକ ୧,୫୦୦ ଟଙ୍କା ପର୍ଯ୍ୟନ୍ତ ସଞ୍ଚୟ କରିପାରିବେ ।କମ୍ପାନୀର ସୂଚନା ଅନୁସାରେ ଜିଓସାଉଣ୍ଡ ପେ ଏକ ଅଭୂତପୂର୍ବ ନବସୃଜନ ବା ଇନୋଭେସନ୍‌ କରିଛି, ଯାହା ପ୍ରତ୍ୟେକ ୟୁପିଆଇ ଦେୟର ତତ୍‌କ୍ଷଣାତ ବହୁଭାଷୀ ଅଡିଓ ଆଲର୍ଟ ବାର୍ତ୍ତା ଦେବ। ଏହା ଛୋଟରୁ ଛୋଟ ଗ୍ରୋସେରି ଓ ଖାଦ୍ୟସାମଗ୍ରୀ ଦୋକାନ, ପନିପରିବା ବିକ୍ରେତା ଏବଂ ରାସ୍ତା କଡ଼ରେ ବ୍ୟବସାୟ କରୁଥିବା ଖାଦ୍ୟ ଓ ପାନୀୟ ବିକ୍ରେତାମାନଙ୍କ ପାଇଁ ବ୍ୟବସାୟ କରିବା ଅଧିକ ସହଜ କରିବ।

You might also like