ସାମ୍ବାଦିକଙ୍କ ମାତୃ ବିୟୋଗରେ ଅଞ୍ଚଳରେ ଶୋକରଛାୟା

ଦଶପଲ୍ଲା: – ( ବିଶ୍ୱରଂଜନ ସେଠି ) ଦଶପଲ୍ଲାର ଯୁବ ସାମ୍ବାଦିକ ତଥା ଓଟିଭିରେ କାର୍ଯ୍ୟ କରୁଥିବା ସାମ୍ବାଦିକ ସଞ୍ଜୀବ କୁମାର ସାହୁଙ୍କ ମା ତଥା ନିରଞ୍ଜନ ସାହୁଙ୍କ ଧର୍ମପତ୍ନୀ ନଳିନୀ ସାହୁଙ୍କ ଶନିବାର ଦିନ ଅପରାହ୍ନ ୩ ଘଂଟିକା ସମୟରେ ଅକାଳ ବିୟୋଗ ଘଟିଛି ଶନିବାର ଦିନ ଅପରାହ୍ନ ୨ ଘଂଟିକା ସମୟରେ ପେଟରେ ଯନ୍ତ୍ରଣା ଓ ସାମାନ୍ୟ ବାନ୍ତି ହେବାପରେ ତାଙ୍କୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପରିବାର ଲୋକ ଭର୍ତି କରିଥିଲେ । ସେଠାରେ ଡାକ୍ତର ଚିକିତ୍ସା କରିଥିଲେ ! କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ଅପରାହ୍ନ ୩ ଘଟିକା ସମୟେ ତାଙ୍କର ମୃତ୍ୟୁ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ବଡ଼ପୁଅ ସଞ୍ଜୀବ କୁମାର ସାହୁ ଡାକ୍ତରଖାନାରେ ଉପସ୍ଥିତ ରହିଥିଲେ । ମୃତ୍ୟୁପରେ ତାଙ୍କର ସାକେଣି ସ୍ଥିତ ନିଜସ୍ୱ ବାସଭବନରେ ମର ଶରୀର ପହଞ୍ଚିବା ପରେ ଅଞ୍ଚଳର ଶୋକର ଛାୟା ଖେଳି ଯାଇଥିଲା !

ସକେନି ଗ୍ରାମରେ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା,ଦଶପଲ୍ଲା ବ୍ଲକ ଅଧ୍ୟକ୍ଷା ସୁନନ୍ଦା ସାହୁ , ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉପେନ୍ଦ୍ର କୁମାର ସାହୁ , ପ୍ରମୁଖ ଉପସ୍ଥିତ ଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ପ୍ରଶାନ୍ତ କୁମାର ସାହୁ ,ପ୍ରଫୁଲ୍ଲ କୁମାର ଦାସ, ସୁରେଶ କୁମାର ବେହେରା ,କିଶୋର ଚନ୍ଦ୍ର ସାହୁ ,ଗଙ୍ଗାଧର ରଣା ମନୋରଞ୍ଜନ ଷଡ଼ଙ୍ଗୀ ,ପ୍ରିୟବ୍ରତ ଆଚାର୍ଯ୍ୟ ,ରତ୍ନାକର ହୋତାଙ୍କ ସମେତ ଗଣିଆ ସାମ୍ବାଦିକ ସଂଘ ସଭାପତି ବିଶ୍ବରଂଜନ ସେଠୀ ଏବଂ କୋଷାଧକ୍ଷ ସାମ୍ବାଦିକ ସମୀର କୁମାର ବେହେରା ଓ ନୂଆଗାଁ ଓ ନୟାଗଡ଼ର ବହୁ ସାମ୍ବାଦିକ ମାନେ ଉପସ୍ଥିତ ରହି ଶେଷ ଦର୍ଶନ କରିବା ସହିତ ତାଙ୍କ ଅତୃପ୍ତ ଆତ୍ମାର ସଦଗତି କାମନା କରିଥିଲେ !