ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ,ଜଣାନ୍ତୁ ତାଙ୍କ ଅତୀତ ବିଷୟ ରେ…

ଓଡ଼ିଶା ହାଇକୋର୍ଟକୁ ମିଳିବ ନୂଆ ମୁଖ୍ୟ ବିଚାରପତି। ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଚକ୍ରଧାରୀ ଶରଣ ସିଂହଙ୍କୁ ନିଯୁକ୍ତି ଦିଆଯିବା ପାଇଁ ସୁପ୍ରିମକୋର୍ଟ କଲେଜିୟମ ନିଷ୍ପତ୍ତି ନେଇଛି।୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ  ଜଣେ ଓକିଲ ଭାବେ କାମ ଆରମ୍ଭ କରିଥିଲେ। ସାମ୍ବିଧାନିକ, ସର୍ଭିସ୍‌, ଆର୍ବିଟ୍ରେଶନ୍‌ ଓ ଫୌଜଦାରି, ଶ୍ରମ ବିବାଦ ଆଦି ମାମଲା ବେଶ୍‌ ସଫଳତାର ସହ ପରିଚାଳନା କରିଥିଲେ। ତାଙ୍କୁ ୧୯୯୮ରେ ବିହାରର ଅତିରିକ୍ତ ଆଡ୍‌ଭୋକେଟ୍‌ ଜେନେରାଲ୍‌ ଭାବେ ନିଯୁକ୍ତି ମିଳିଥିଲା। 

ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାମ କରିଥିଲେ। ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ପକ୍ଷରୁ ମାମଲା ପରିଚାଳନା ପାଇଁ କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ପ୍ୟାନେଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ। ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା। ୨୦୧୦ ଡିସେମ୍ବରରୁ ସେ ଅତିରିକ୍ତ ଜଜ୍ ଭାବରେ ପାଟନା ହାଇକୋର୍ଟରେ ୨୦୧୨ ମାର୍ଚ୍ଚ ୫ ଯାଏଁ କାର୍ଯ୍ୟରତ ଥିଲେ।ପାଟଣା ହାଇକୋର୍ଟର ବିଚାରପତି ଭାବେ ସେ ୧୧ ବର୍ଷ ମଧ୍ୟରେ ୧,୨୪୬ ରିପୋଟେଡ୍‌ ଜଜ୍‌ମେଣ୍ଟ କରିଥିଲେ। ସେ ଗତ ଫେବୃୟାରୀ ୬ ତାରିଖରୁ ପାଟଣା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ।