ଜୀବନ ହାରିଲେ କନ୍ନଡ ଅଭିନେତ୍ରୀ
ଟେଲିଭିଜନ ଏବଂ ସିନେମା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ଶୋବିଥା ଶୋଭାନ୍ନାଙ୍କ ମୃତଦେହ ହାଇଦ୍ରାବାଦସ୍ଥିତ ତାଙ୍କ ଘରୁ ଉଦ୍ଧାର କରାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ୩୦ ବର୍ଷୀୟ ଶୋବିଥା ଗତ ରାତିରେ ନିଜର ଜୀବନ ହାରିଥିବା କୁହାଯାଉଥିଲା ବେଳେ ଏହି ଖବର କନ୍ନଡ ସିନେ ଜଗତ ଏବଂ ତାଙ୍କର ପ୍ରଶଂସକଙ୍କ ମଧ୍ୟରେ ଦୁଃଖର ଛାୟା ଖେଳିଯାଇଛି।ମୃତଦେହ ଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ ନିମନ୍ତେ ହସ୍ପିଟାଲକୁ ପଠାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡିନାହିଁ ।
ଘର ଭିତରୁ ମଧ୍ୟ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶୋବିଥା ବେଙ୍ଗାଲୁରୁ ଯିବା ପରେ କନ୍ନଡ ଟେଲିଭିଜନରେ ଅଭିନୟ ଜୀବନ ଆରମ୍ଭ କରିଥିଲେ। ବର୍ଷ ବର୍ଷ ଧରି, ସେ ଟିଭିରେ ଏକ ପରିଚିତ ଚେହେରା ହୋଇ ଗଲିପଟା, ମଙ୍ଗଳା ଗୌରୀ, କୋଗିଲ୍, କୃଷ୍ଣ ରୁକ୍ମିଣୀ, ଦୀପାଭୁ ନିନାଡେ ଗାଲିୟୁ ନିନାଡେ ଏବଂ ଅମାଭ୍ରୁ ପରି ୧୨ରୁ ଅଧିକ ଲୋକପ୍ରିୟ ସିରିଏଲରେ ଅଭିନୟ କରିଥିଲେ।ନିକଟରେ ତେଲୁଗୁ ଫିଲ୍ମ ଜଗତରେ ପ୍ରବେଶ କରିବା ଲାଗି ସେ ଉଦ୍ୟମ ଜାରି ରଖିଥିଲେ ।
