ଜାଣନ୍ତୁ କେଉଁ ବାଣରୁ କେତେ ପ୍ରଦୂଷଣ ସୃଷ୍ଟି କରୁଛି ।

ଦିନକୁ ଦିନ ପ୍ରଦୂଷଣରସ୍ତର ବଢିବାରେ ଲାଗିଛି । ଦୀପାବଳି ପରେ ବଢିବାକୁ ଥିବା ପ୍ରଦୂଷଣର ସ୍ଥିତି ଆହୁରି ଚିନ୍ତାର କାରଣ ସାଜିବ । ସବୁଠାରୁ ବଡ କାରଣ ହେଉଛି ବାଣ । ବାଣ ଉପରେ ସଚେତନତା ସୃଷ୍ଟି କରିବା ପରେ ମଧ୍ୟ ଲୋକେ ବାଣ ଫୁଟାଇବାକୁ ପଛାଉନାହାନ୍ତି ।ଜଣାପଡିଛି ଯେ ଶସ୍ତା ବାଣରୁ ବିଷାକ୍ତ ଗ୍ୟାସ ବାହାରିଥାଏ । ଏହି କାରଣରୁ ପ୍ରଦୂଷଣରସ୍ତର ବଢିବାରେ ଲାଗିଥାଏ ।

ସାପ ବାଣ: ଗୋଟିଏ ସାପ ବାଣ ଜଳାଇବା ଦ୍ୱାରା ଏଥିରୁ ୬୪,୫୦୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ଯାହା ୨୯୩୨ଟି ସିଗାରେଟ ଧୂଆଁ ସହ ସମାନ । ଅର୍ଥାତ ସିଗାରେଟରୁ ବାହାରୁ ଥିବା ପିଏମ୨.୫ ପ୍ରଦୂଷଣକାରୀ ତତ୍ତ୍ୱ ଗୋଟିଏ ସାପ ବାଣରୁ ବାହାରି ଥାଏ । ସିଗାରେଟ ଲଗାଇବା ପରେ ପିଏମ୨.୫ର ୨୨ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ସେହିଭଳି ସାପ ବାଣ ଜଳାଇବା ଦ୍ୱାରା ୬୪,୫୦୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ ।

ଫୁଲ ଝରୀ: ଗୋଟିଏ ଫୁଲଝରୀ ଜଳାଇବା ଦ୍ୱାରା ୧୦, ୩୯୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୂଆଁ ବାହାରିଥାଏ । ଏହା ୪୭୨ ସିଗାରେଟର ଧୂଆଁ ସହ ସମକକ୍ଷ । ଅର୍ଥାତ ସିଗାରେଟରୁ ବାହାରୁଥିବା ପିଏମ ୨.୫ ପ୍ରଦୂଷଣକାରୀ ତତ୍ତ୍ୱ ଗୋଟିଏ ଫୁଲ ଝରୀ ଜଳାଇବା ଦ୍ୱାରା ବାହାରିଥାଏ । ଗୋଟିଏ ସିଗାରେଟ ଜଳାଇଲେ ପିଏମ୨.୫ର ୨୨ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୁଆଁ ବାହାରିଥାଏ । ସେହିଭଳି ଗୋଟିଏ ଫୁଲଝରୀରୁ ୧୦, ୩୯୦ ମାଇକ୍ରୋଗ୍ରାମ/କ୍ୟୁବିକ ମିଟର ଧୁଆଁ ବାହାରିଥାଏ ।